Advertisment

ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ମାଟ୍ରିକ ପରୀକ୍ଷା, ଜାଣନ୍ତୁ କେଉଁ ଦିନ କ’ଣ ଅଛି

ମୋଟ ୨୯୯୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ପିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Board Office

Board Office

ଆସନ୍ତାବର୍ଷ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା। ସେଥିପାଇଁ ପ୍ରକାଶ ପାଇଛି ପରୀକ୍ଷା ସୂଚୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

Advertisment

୨୦ରେ ଓଡ଼ିଆ ପରୀକ୍ଷା ଥିବା ବେଳେ ୨୩ରେ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ ଓ ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ।

ମୋଟ ୨୯୯୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ପିଲା। ମାର୍ଚ୍ଚ ୧୫ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। 

Advertisment

ଏଥର ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା। ଷ୍ଟ୍ରଙ୍ଗରୁମ୍‌‌, DEO ଅଫିସ ଓ ପରୀକ୍ଷା ହଲରେ ଲାଗିବ AI କ୍ୟାମେରା। AI କ୍ୟାମେରା ଅପରେଟିଂ ପାଇଁ କମାଣ୍ଡ ରୁମରେ ୭/୮ ଜଣ ରହିବେ। କିଛି ତ୍ରୁଟି ପରିଲକ୍ଷିତ ହେଲେ କମାଣ୍ଡ ରୁମ୍‌କୁ ଜଣାଇବ AI କ୍ୟାମେରା। ପ୍ରେସମିଟ୍‌ରେ ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। 

Matric Exam