Advertisment

ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା, ଏଥର ଫେରିବ ପୁରୁଣା ଢାଞ୍ଚା

ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା ।

ଅଦ୍ୟତନ ହୋଇଛି
Exam

Exam

Advertisment

ଆସନ୍ତା ବର୍ଷ ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା । ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ। ଏଥର ପୁଣି ପୁରୁଣା ଢାଞ୍ଚାରେ ହେବ ପରୀକ୍ଷା। ଶତ ପ୍ରତିଶତ ସିଲାବସ୍‌କୁ ନେଇ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ଓ ପିଲାମାନେ ଶହେ ମାର୍କର ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରାୟ ୬ ମାସ ପୂର୍ବରୁ ପରୀକ୍ଷା ତାରିଖ ସମ୍ପର୍କରେ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିବାରୁ ପିଲାମାନେ ଏଥିନିମନ୍ତେ ବେଶ୍‌ ଉତ୍ସାହିତ ଅଛନ୍ତି।

Advertisment

କରୋନା ମହାମାରୀ ବେଳେ ପାଠପଢ଼ା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ସେତେବେଳେ ପିଲାଙ୍କ ନିମନ୍ତେ ସମେଟିଭ ବ୍ୟବସ୍ଥା ହୋଇଥିଲା । ମାତ୍ର ଏବେ ସବୁକିଛି ଟ୍ରାକ୍‌କୁ ଫେରି ଆସିଥିବାରୁ ପୁଣି ଥରେ ପୁରୁଣା ପରୀକ୍ଷା ପଦ୍ଧତିରେ ପରୀକ୍ଷା କରିବା ନିମନ୍ତେ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୨ରୁ ଖାତାଦେଖା ଆରମ୍ଭ ହେବା। ଏହା ଅତିକମ୍‌ରେ ୧୨ ଦିନ ଚାଲିବ। ଏଥର ରାଜ୍ୟରେ ୫ ଲକ୍ଷ ୭୨ ହଜାର ପିଲା ଦଶମ ଶ୍ରେଣୀରେ ନାମ ଲେଖାଇଛନ୍ତି। ସେମାନଙ୍କ ମଧ୍ୟରୁ ସାଢେ ୫ ଲକ୍ଷ ପିଲା ପରୀକ୍ଷା ଦେବେ ବୋଲି ଆଶା କରାଯାଉଥିବା ବୋର୍ଡ ଡାଇରେକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

Advertisment

ଏନେଇ ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ଚଳିତ ବର୍ଷର ଦଶମ ଶ୍ରେଣୀର ବାର୍ଷିକ ହାଇସ୍କୁଲ ପରୀକ୍ଷା, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏକ ସମୟରେ ଫେବୃୟାରୀ ୨୦ରେ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖରେ ଶେଷ ହେବ । ଗତ ୨ ବର୍ଷ ହେବ ନୂଆ ସ୍କିମ୍‌ରେ ସମେଟିମ ଆସେସମେଣ୍ଟ ଓ ଇଣ୍ଟରନାଲ ଆସେସମେଣ୍ଟ ହେଉଥିଲା। ତେଣୁ ଫେବୃୟାରୀରେ ଆରମ୍ଭ ହୋଇ ପାରୁ ନ ଥିଲା। ଏଥର କିନ୍ତୁ ପୁରୁଣା ଢାଞ୍ଚାରେ ଶତ ପ୍ରତିଶତ ସିଲାବସ୍‌ରୁ ପରୀକ୍ଷା ହେବ । ଆଗୁଆ ପରୀକ୍ଷା ସମୟ ଜଣାଇ ଦିଆଗଲା, ଫଳରେ ଠିକ୍ ସମୟରେ ପିଲାମାନେ ସିଲାବସ୍‌ର ରିଭିଜନ କରି ପାରିବେ ବୋଲି ସେ କହିଛନ୍ତି  ।

ମଧ୍ୟମା ସମେତ ହାଇସ୍କୁଲର ଷାଣ୍ମାସିକ ପରୀକ୍ଷା ଚଳିତ ବର୍ଷ ସେପ୍ଟେମ୍ବର ୧୩ରୁ ୧୬ ତାରିଖ ମଧ୍ୟରେ ଆରମ୍ଭ ହେବ । ବୋର୍ଡ କେବଳ ପ୍ରଶ୍ନପତ୍ର ପ୍ରସ୍ତୁତ କରି ପ୍ରତି ଜିଲ୍ଲାରେ ପହଞ୍ଚାଇବ । ଏହାପରେ ପ୍ରତି ସ୍କୁଲ କର୍ତ୍ତୃପକ୍ଷ ପରୀକ୍ଷା ପରିଚାଳନା କରି ନିଜ ପିଲାଙ୍କ ମୂଲ୍ୟାୟନ କରିବେ। ଫାଇନାଲ୍‌ ପରୀକ୍ଷା ନିମନ୍ତେ ଅକ୍ଟୋବରରେ ଫର୍ମ ଫିଲଅପ୍‌ ହେବ ବୋଲି ସେ କହିଛନ୍ତି।

ଏଥିସହ ସେ କହିଛନ୍ତି, ସବଜେକଟିଭ ମାର୍କ ପୂର୍ବରୁ ୩୦ ରହୁଥିବା ବେଳେ ଏଥର ୫୦ ରହିବ । ଏଥର ପୁଣି ଥରେ ପୁରୁଣା ଢାଞ୍ଚା ଅନୁଯାୟୀ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଗୋଟିଏ ସମେଟିଭ ଆସେସମେଣ୍ଟ ହେବ । ତାହା ହେଉଛି ଫାଇନାଲ୍‌ ପରୀକ୍ଷା । ଛାତ୍ରଛାତ୍ରୀମାନେ ୬ଟି ବିଷୟରେ ଶହେ ମାର୍କ ଲେଖା ପରୀକ୍ଷା ଦେବେ । ତାହାର ୮୦% weightage ନିଆଯିବ । ଆଉ ୨୦% weightage ଇଣ୍ଟରନାଲ ଆସେସମେଣ୍ଟ ଓ ଆସ୍ପିରେସନାଲ କମ୍ପୋନେଟରୁ ସମାନ ଭାବେ ଆସିବ ।

ଏଥର ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ପିଲାଙ୍କ ନିମନ୍ତେ ଆସ୍ପିରେସନାଲ କମ୍ପୋନେଟ ଆସୁଛି। ଇଣ୍ଟରନାଲ ଆସେସମେଣ୍ଟ ୪ ଥର ମୂଲ୍ୟାୟନ ହେବ ଓ ଆସ୍ପିରେସନାଲ କମ୍ପୋନେଟ ୨ ଥର ହେବ । ସ୍କୁଲ କର୍ତ୍ତୃପକ୍ଷ ଏହି ପରୀକ୍ଷା ପରିଚାଳନା କରିବେ। ଏହାକୁ ମିଶାଇ ଫାଇନାଲ ରେଜଲ୍ଟ ପ୍ରକାଶ କରାଯିବ ।

ଆସ୍ପିରେସନାଲ କମ୍ପୋନେଟ କ’ଣ

ଆସ୍ପିରେସନାଲ କମ୍ପୋନେଟ ମାଧ୍ୟମରେ ପିଲା ବୁକ୍‌ ରିଭ୍ୟୁ କରିବେ, ଆଇଟି ସ୍କିଲ୍‌, ପ୍ରୋଜେକ୍ଟ ୱାର୍କ ଜାଣିବେ, କୋ-କରିକୁରାଲ ଆକ୍ଟିଭିଟିରେ ଅନ୍ୟାନ୍ୟ ଜିନିଷ ଶିଖି ପାରିବେ। ଏଥିରେ ସ୍କୁଲରେ ୪ଟି କ୍ଲବ ହେବ । ତାହା ମାଧ୍ୟମରେ ପିଲାମାନଙ୍କୁ ବିଭାଗୀୟ ଶିକ୍ଷକ ଶିକ୍ଷାଦାନ କରିବେ। ଏହା ପରେ ୬ଟି ସବଜେକ୍ଟରୁ ଆସ୍ପିରେସନାଲ କମ୍ପୋନେଟ ପରୀକ୍ଷା ହେବ । ସେଥିରୁ ୧୦% weightage ଫାଇନାଲ୍‌ ମାର୍କରେ ମିଶିବ ।

Odisha 10th Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe