Advertisment

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା; ଏଥର କପି ଜଗିବ AI କ୍ୟାମେରା

ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଚଳିତ ବର୍ଷ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ। ଏହାଦ୍ୱାରା କପି ରୋକି ହେବ ବୋଲି ଟାର୍ଗେଟ ରଖାଯାଇଛି।

ଅଦ୍ୟତନ ହୋଇଛି
Matric Exam

Matric Exam

Advertisment

ଆସନ୍ତାକାଲିଠୁ ସମଗ୍ର ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ତତ୍ପର ଥିବା ବେଳେ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଚଳିତ ବର୍ଷ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ। ଏହାଦ୍ୱାରା କପିକୁ ରୋକି ହେବ ବୋଲି ଟାର୍ଗେଟ ରଖାଯାଇଛି।

Advertisment

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ। ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି।

ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ। ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ୟାମେରା ବ୍ୟବହାର କରାଯିବ। ବୋର୍ଡ ମୁଖ୍ୟଳୟରେ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ତା ଉପରେ ନଜର ରଖାଯିବ। ଏହାସହ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ CCTV ଲାଇଭ ଷ୍ଟ୍ରିମିଙ୍ଗ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି ।

Advertisment

ଆସନ୍ତା କାଲିଠୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ। ସେପଟେ କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲ୍‌କୁ ପଶିବେ ପରୀକ୍ଷାର୍ଥୀ। ଅର୍ଥାତ୍ ସକାଳ ୯ ଟାରେ ପରୀକ୍ଷା ଥିବାବେଳେ ସାଢ଼େ ୭ରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀମାନେ ପ୍ରବେଶ କରିବେ। ପୂର୍ବାହ୍ନ ୮ଟା ୧୫ ମିନିଟ୍ ପରେ ଆଉ କାହାକୁ ପ୍ରବେଶ ଅନୁମତି ମିଳିବନାହିଁ।

କେବଳ ସେତିକି ନୁହେଁ ଏଥର ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ରହିବେ ପର୍ଯ୍ୟବେକ୍ଷକ। ପ୍ରଶ୍ନପତ୍ର ଆସିବାଠାରୁ ପରୀକ୍ଷା ସରି ଉତ୍ତରଖାତା ଯିବା ପର୍ଯ୍ୟନ୍ତ ଟିକିନିଖି ତଦାରଖ କରିବେ। ବିଇଓ, ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ ରହିବ । କେବଳ ଏତିକି ନୁହେଁ, ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଏନେଇ ବୋର୍ଡ କର୍ତ୍ତୃପକ୍ଷ ନିହାର ରଞ୍ଜନ ମହାନ୍ତି କହିଛନ୍ତି, ଗତବର୍ଷ ପର୍ଯ୍ୟନ୍ତ ପିଲାମାନେ ୮ଟାରେ ପ୍ରବେଶ କରୁଥିଲେ। କିନ୍ତୁ ଚଳିତ ବର୍ଷ ସାଢେ ୭ଟାରେ ପିଲାଙ୍କ ପାଇଁ ପରୀକ୍ଷା କେନ୍ଦ୍ରର ଗେଟ୍‌ ଖୋଲାଯିବ । ପୂର୍ବାହ୍ନ ୮ଟା୧୫ ମଧ୍ୟରେ ପିଲାମାନେ ହଲ୍‌ରେ ପ୍ରବେଶ କରିବେ। ଏହାପରେ ଗେଟ୍‌ ସାମୟିକ ଭାବେ ବନ୍ଦ କରାଯିବ । ଏହାପରେ ଯେଉଁ ପରିକ୍ଷାର୍ଥୀ ଆସିବେ ସେମାନଙ୍କୁ ପୂରା ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯିବ । ଏଥର ପିଲା କଥା ଛାଡ଼ କୌଣସି କର୍ମଚାରୀ ବି ମୋବାଇଲ ଭିତରକୁ ନେଇ ପାରିବେନି। ତେଣୁ ଏଥର ଭାଇରାଲ ହେବାର ସମ୍ଭାବନା କମ୍‌ ରହିବ ବୋଲି ଦୃଢ ଆଶା ବ୍ୟକ୍ତ କରୁଛୁ ।

Odisha Matric Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe