Matric Exam
ଶେଷ ହେଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା। ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ସରିଛି। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଆରମ୍ଭ ହୋଇ ଶେଷ ହୋଇଛି। ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ଓ ଖୁସି ପରିଲକ୍ଷିତ ହୋଇଥିଲା। ଏବେ ରେଜଲ୍ଟକୁ ଅପେକ୍ଷା କରାଯାଇଛି।
ଚଳିତବର୍ଷ ବୋର୍ଡ ପରୀକ୍ଷା ସମୟରେ ଆକ୍ସନ୍ ମୁଡ଼କୁ ଆସିଥିଲେ ବୋର୍ଡ କର୍ତ୍ତୃପକ୍ଷ। ପରୀକ୍ଷାରେ ବିଶୃଙ୍ଖଳା କିମ୍ବା ଅନିୟମିତତାକୁ ଅତି ଗୁରୁତ୍ୱର ଭାବରେ ନେଇଥିଲେ। କପି ରୋକିବା ହେଉ କିମ୍ବା ପ୍ରଶ୍ନପତ୍ର ଭାଇରାଲ ହେଉ, ସବୁଥିରେ ନୂଆ ଟେକ୍ନୋଲୋଜି ବ୍ୟବହାର କରି ପରୀକ୍ଷା ପ୍ରକ୍ରିୟାକୁ ପରିଚାଳନା କରାଯାଇଥିଲା। ଏଥିପାଇଁ ଆର୍ଟିଫିସିଆର ଇଣ୍ଟେଲଜେନ୍ସ(AI)ର ସହାୟତା ନେଇଥିଲେ ବୋର୍ଡ କର୍ତ୍ତୃପକ୍ଷ।
ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା। ରାଜ୍ୟରେ ୨୯୯୧ଟି ସେଣ୍ଟରରେ ସାଢେ ପାଞ୍ଚ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। କାଁ ଭାଁ ବିଶୃଙ୍ଖଳାକୁ ଛାଡ଼ିଦେଲେ ମାଟ୍ରିକ୍ ପରୀକ୍ଷା ପ୍ରାୟତଃ ଶାନ୍ତିଶୃଙ୍ଖଳାରେ ସମାପ୍ତ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1708400434.jpg)