Advertisment

୨୬ରେ ବାହାରିବ ମାଟ୍ରିକ ରେଜଲ୍ଟ, ଉପଲବ୍ଧ ହେବ ଡିଜିଟାଲ ସାର୍ଟିଫିକେଟ୍

୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ ।

author-image
Niharika Rout
ଅଦ୍ୟତନ ହୋଇଛି
Board Office

Board Office

ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ପ୍ରେସ୍‌ମିଟ କରି ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରି ପାରିବେ ଛାତ୍ରଛାତ୍ରୀ। 

Advertisment

ଆସନ୍ତା ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ । ୧୧ଟା ୩୦ ସୁଦ୍ଧା ୱେବସାଇଟ୍‌ରେ ରେଜଲ୍ଟ ମିଳିବ । ଇଣ୍ଟରନେଟ୍‌ ସୁବିଧା ନ ଥିଲେ ଏସ୍‌ଏମ୍‌ଏସ୍‌ରେ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିସହ ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି। ଛାତ୍ରଛାତ୍ରୀ www.bseodisha.ac.inରେ ଲଗ୍ ଇନ୍ କରି ରେଜଲ୍ଟ ଜାଣିପାରିବେ।

ଇଣ୍ଟରନେଟ୍ ସୁବିଧା ନ ଥିଲେ ଏସ୍ଏମ୍ଏସ ଜରିଆରେ ବି ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ। ଏମଏସଏସରେ ରେଜଲ୍ଟ ଜାଣିବାକୁ ମୋବାଇଲରେ OR10 ପରେ ସ୍ପେସ୍ ଦେଇ ରୋଲ୍ ନମ୍ବର ଲେଖି 5676750 ନମ୍ବରକୁ ପଠାଇବେ।

Advertisment

ସେଦିନ ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ। ପ୍ରଥମ ଥର ଡିଜିଟାଲ୍ ସାର୍ଟିଫିକେଟ ଉପଲବ୍ଧ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଅନଲାଇନ୍ ଓ ହ୍ୱାଟ୍ସଆପ୍‌ରେ ପାଇପାରିବେ ଡିଜିଟାଲ୍ ସାର୍ଟିଫିକେଟ। ଏଥିପାଇଁ ଛାତ୍ରଛାତ୍ରୀ ମୋବାଇଲରୁ BSE/Hi ଲେଖି 7710058192ରେ ହ୍ୱାଟ୍ସଆପ୍‌ କରିବେ । ଏହାପରେ ଫୋନରେ ଆସୁଥିବା ଇନଷ୍ଟ୍ରକସନକୁ ଫଲୋ କରିବେ।

ଛାତ୍ରଛାତ୍ରୀ ମେ’ ୨୯ରୁ ଜୁନ୍‌ ୧୨ତାରିଖ ମଧ୍ୟରେ ଚେକିଂ ପାଇଁ ଆବେଦନ କରି ପାରିବେ। ହାଇସ୍କୁଲ ପାଇଁ ଅନଲାଇନ୍‌ ମାଧ୍ୟମରେ, ମଧ୍ୟମା ଓ ଏସଓଏସ୍ ପାଇଁ ଅଫଲାଇନ୍‌ରେ ଆବେଦନ କରି ପାରିବେ। ଏଥିସହ ଛାତ୍ରଛାତ୍ରୀଙ୍କ ସନ୍ଦେହ ତ୍ରୁଟି ପାଇଁ ଆଜିଠୁ କଣ୍ଟ୍ରୋଲ ରୁମ୍‌ ଖୋଲୁଛି। ୮୭୬୩ ୪୪୬୨୯୨ ଓ ୯୪୩୭୨୨୮୧୮୭ ନମ୍ବରରେ ଫୋନ୍‌ କରି ନିଜ ପ୍ରଶ୍ନ ପଚାରି ପାରିବେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସେମାନେ କଲ୍‌ କରି ନିଜ ସମସ୍ୟା ସମ୍ପର୍କରେ ଜଣାଇ ପାରିବେ।

ଚଳତିବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଜଣ ମାଟ୍ରିକ୍‌, ୭୮୩୧ ଜଣ ମୁକ୍ତ ବିଦ୍ୟାଳୟ ଓ ୩୦୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ । ରାଜ୍ୟର ମୋଟ୍‌ ୩୦୪୭ ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ପାଇଁ ୩୧୩ ନୋଡାଲ କେନ୍ଦ୍ର ମଧ୍ୟ କରାଯାଇଥିଲା ।

ଆସନ୍ତା ରବିବାର ମାଟ୍ରିକ ରେଜଲ୍ଟ ସହ ଯୁକ୍ତ ୨ ରେଜଲ୍ଟ ବି ବାହାରିବ । ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ। ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ମିଳିଛି। www.orissaresults.nic.inରେ ଲଗ୍‌ ଇନ୍‌ କରି ଛାତ୍ରୀଛାତ୍ର ସେମାନଙ୍କ ରେଜଲ୍ଟ ଦେଖିପାରିବେ।

Matric Result