Advertisment

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ

ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Board President

Board President

ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ପରମ୍ପରା ଭାଙ୍ଗି ସାମ୍ବାଦିକ ସମ୍ମିଳନୀ ବଦଳରେ ପ୍ରେସ୍ ରିଲିଜ୍ ମାଧ୍ୟମରେ ରେଜଲ୍ଟ ଘୋଷଣା କରାଯାଇଛି।ଚଳିତ ବର୍ଷର ପାସ୍‌ ହାର ୯୬.୦୭ % ରହିଛି। ସୂଚନାଯୋଗ୍ୟ, ଗତ ବର୍ଷ ପାସ୍ ହାର ୯୬.୪% ରହିଥିଲା। ଅର୍ଥାତ୍ ଚଳିତ ବର୍ଷ ପାସ୍ ହାର କମିଛି।  

Advertisment

ଝିଅମାନେ ଆଗରେ

ଏଥର ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ। ଚଳିତ ବର୍ଷ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୫.୩୯% ରହିଛି।

ଖୋର୍ଦ୍ଧା ମାରିଲା ବାଜି

୨୬୪୪ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। କୌଣସି ସ୍କୁଲ୍‌ରେ ୦% ରେଜଲ୍ଟ ହୋଇନାହିଁ। ଖୋର୍ଦ୍ଧା ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୮% ରହିଥିବା ବେଳେ ନୂଆପଡ଼ାରେ ସର୍ବନିମ୍ନ ୯୩.୯୧ % ରହିଛି। କଟକରେ ପାସ୍ ହାର ୯୭.୫୮% ରହିଥିବା ବେଳେ ଜଗତସିଂହପୁରରେ ୯୭.୬, କେନ୍ଦ୍ରାପଡ଼ାରେ ୯୫.୭୭, ଯାଜପୁରରେ ୯୫.୯୨, ଅନୁଗୋଳରେ ୯୬.୬୩, ଢେଙ୍କାନାଳରେ ୯୫.୧୨, ପୁରୀରେ ୯୬.୭୬, ନୟାଗଡ଼ରେ ୯୬.୨୩, ବାଲେଶ୍ୱରରେ ୯୬.୧, ଭଦ୍ରକରେ ୯୬.୭୩, କେନ୍ଦୁଝରରେ ୯୪.୮, ମୟୂରଭଞ୍ଜରେ ୯୫.୭, ଗଜପତିରେ ୯୭.୦୮, ଗଞ୍ଜାମରେ ୯୭.୦୬, ବୌଦ୍ଧରେ ୯୫.୪୯, କନ୍ଧମାଳରେ ୯୬.୬, କଳାହାଣ୍ଡିରେ ୯୫.୮୬, ନୂଆପଡ଼ାରେ ୯୩.୯୧, ବରଗଡ଼ରେ ୯୭.୬୪, ସମ୍ବଲପୁରରେ ୯୬.୭୩, ଦେବଗଡ଼ରେ ୯୬.୭୧, ଝାରସୁଗୁଡ଼ାରେ ୯୭.୨୮, ବଲାଙ୍ଗିରରେ ୯୪.୩୯, ସୁବର୍ଣ୍ଣପୁରରେ ୯୭.୧୧, ସୁନ୍ଦରଗଡ଼ରେ ୯୭.୨୪, କୋରାପୁଟରେ ୯୪.୮୨, ମାଲକାନଗିରିରେ ୯୫.୦୪, ନବରଙ୍ଗପୁରରେ ୯୪.୮୮ ଓ ରାୟଗଡ଼ାରେ ପାସ୍ ହାର ୯୬.୧୬% ରହିଛି। 

Advertisment

ରିଚେକିଂ ଓ ସପ୍ଲିମେଣ୍ଟାରୀ ପରୀକ୍ଷା

ଆସନ୍ତା ୨୯ରୁ ରିଚେକିଂ କରିପାରିବେ ଛାତ୍ରଛାତ୍ରୀ। ୨୯ରୁ ଜୁନ୍ ୧୨ ଯାଏଁ ରିଚେକିଂ ପାଇଁ ସେମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜୁନ୍‌ ୧୦ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ ବୋଲି ବୋର୍ଡ ଉପସଭାପତି ସୂଚନା ଦେଇଛନ୍ତି। 

ରେଜଲ୍ଟ ପାଇବେ କେମିତି

www.bscodisha.ac.inରେ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ। OR10 ସ୍ପେଶ୍ ROLL NUMBER ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ।

ପରୀକ୍ଷାର୍ଥୀମାନେ ଆଜି ଅପରାହ୍ନ ୪ଟାରୁ ଅନ୍‌ଲାଇନ୍‌ରେ ଅବା ହ୍ୱାଟ୍‌ସଆପ୍ ଜରିଆରେ ସେମାନଙ୍କ ଡିଜିଟାଇଜ୍‌ଡ ସାର୍ଟିଫିକେଟ୍ ଡାଉନ୍‌ଲୋଡ୍ କରିପାରିବେ। ଡିଜିଟାଇଜ୍‌ଡ ସାର୍ଟିଫିକେଟ୍ ଡାଉନ୍‌ଲୋଡ୍ ଲିଙ୍କ୍ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ବୋର୍ଡର ୱେବ ସାଇଟ୍ www.bscodisha.ac.inକୁ ଯିବାକୁ ପଡ଼ିବ। ସେହିପରି ହ୍ୱାଟସଆପ୍‌ରେ ଡିଜିଟାଇଜ୍‌ଡ ସାର୍ଟିଫିକେଟ୍ ପାଇବା ପାଇଁ ସେମାନଙ୍କୁ ହ୍ୱାଟସଆପ୍‌ ନମ୍ବର 7710058192କୁ ସେମାନଙ୍କ ଆଣ୍ଡ୍ରଏଡ୍ ଫୋନ୍‌ରେ ସେଭ୍ କରିବାକୁ ହେବ ଏବଂ BSE ଅ‍‍‍ବା Hi ଲେଖି ମେସେଜ କରିବାକୁ ହେବ। ତା’ପରେ ସେମାନଙ୍କୁ ସେହି ହ୍ୱାଟସଆପ୍‌ ନମ୍ବରରେ ପଠାଯିବାକୁ ଥିବା ନିର୍ଦ୍ଦେଶାବଳୀଗୁଡ଼ିକୁ ଅନୁକରଣ କରିବାକୁ ହେବ। 

ଛାତ୍ରଛାତ୍ରମାନଙ୍କର କୌଣସି ବିଷୟରେ ଦ୍ୱନ୍ଦ୍ୱ ବା ସନ୍ଦେହ ଥିଲେ ସେମାନେ ବୋର୍ଡର କଣ୍ଟ୍ରୋଲ ରୁମ୍ ନମ୍ବର 9938415511/9827674630/9437228187/8763446292 କୁ ଫୋନ୍ କରିପାରିବେ। 

Matric Result