Advertisment

ମାଟ୍ରିକ୍ ପରୀକ୍ଷା: ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ

ଏଥର ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ। ପ୍ରଶ୍ନପତ୍ର ଆସିବା ଠାରୁ ପରୀକ୍ଷା ସରି ଉତ୍ତର ଖାତା ଯିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଟିକିନିଖି ତଦାରଖ କରିବେ ପର୍ଯ୍ୟବେକ୍ଷକ।

Board Office

Board Office

Advertisment

ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା। ମଝିରେ ରହିଲା ଆଉ ମାତ୍ର ୨ ସପ୍ତାହ। ଏହି ପରୀକ୍ଷାକୁ ବ୍ୟବସ୍ଥିତ ଭାବେ ପରିଚାଳିତ କରିବା ପାଇଁ କାର୍ଯ୍ୟକ୍ରମ ଜାରି ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ। ଏହି କ୍ରମରେ କପି ରୋକିବାକୁ ନୂଆ ଫର୍ମୂଲା ଆପଣାଇଛି ବୋର୍ଡ। ଏଣିକି ପରୀକ୍ଷା ପାଇଁ ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ଅର୍ଥାତ୍ ସକାଳ ୯ ଟାରେ ପରୀକ୍ଷା ଥିବାବେଳେ ସାଢ଼େ ୭ଟାରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଛଡ଼ାଯିବ। ୮ଟା ୧୫ ମିନିଟ୍ ପରେ ଆଉ କାହାକୁ ପରୀକ୍ଷା ହଲ୍‌କୁ ପ୍ରବେଶ ଅନୁମତି ମିଳିବନାହିଁ।

Advertisment

କେବଳ ସେତିକି ନୁହେଁ, ଏଥର ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ। ପ୍ରଶ୍ନପତ୍ର ଆସିବା ଠାରୁ ପରୀକ୍ଷା ସରି ଉତ୍ତର ଖାତା ଯିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଟିକିନିଖି ତଦାରଖ କରିବେ ପର୍ଯ୍ୟବେକ୍ଷକ। ଏହି ଦାୟିତ୍ୱ ବିଇଓ, ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ। ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ।

ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି, ସାଢ଼େ ୭ଟାରେ ପିଲାମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରି ନିଜ ସ୍ଥାନରେ ବସିବେ। ୮ଟା ସୁଦ୍ଧା ସମସ୍ତେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଯିବେ। ତେବେ ଆଉ ୧୫ ମିନିଟ୍ ଅଧିକ ସମୟ ରଖାଯାଇଛି।

Advertisment

ପରୀକ୍ଷା କେନ୍ଦ୍ରରେ ଦେଢ଼ ଘଣ୍ଟା ପୂର୍ବରୁ ପ୍ରବେଶ ଦ୍ୱାରା ନିଜ ଜାଗା ଖୋଜି ବସିବା ପାଇଁ ପରୀକ୍ଷାର୍ଥୀଙ୍କୁ ସୁବିଧା ହେବ। କିନ୍ତୁ ପରୀକ୍ଷା ପୂର୍ବରୁ ପରୀକ୍ଷା ହଲ୍‌ରେ ଏତେ ସମୟ ବସିବା ଦ୍ୱାରା ପିଲାମାନେ ବିରକ୍ତ ହୋଇଯାଇପାରନ୍ତି ବୋଲି ଏଥର ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା କିଛି ଛାତ୍ରଛାତ୍ରୀ ମତ ଦେଇଛନ୍ତି।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ। ବୋର୍ଡ ପକ୍ଷରୁ ୩ ହଜାର ୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ଥାନାକୁ ନୋଡାଲ୍ ସେଣ୍ଟର କରାଯାଇଛି। ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହେବ। ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଖାତା ଦେଖା ସରିବ। ଏ ବର୍ଷଠାରୁ ପୁଣି ପୁରୁଣା ଢାଞ୍ଚାରେ ପରୀକ୍ଷା ହେବ। ଅର୍ଥାତ ୫୦ ମାର୍କ ସବଜେକ୍ଟିଭ୍ ଏବଂ ୫୦ ମାର୍କ ଅବଜେକ୍ଟିଭ୍ ପ୍ରଶ୍ନ ଆସିବ।

Matric Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe