Advertisment

ବାହାରିଲା ନିଟ୍‌ ରେଜଲ୍ଟ, ଦୁଇ ଜଣଙ୍କୁ ୯୯.୯୯% ମାର୍କ

ଟପ୍ ୫୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୨ ଶିକ୍ଷାର୍ଥୀ ରହିଛନ୍ତି। ୮ମ ସ୍ଥାନରେ ଓଡ଼ିଶାର ସ୍ୱୟଂଶକ୍ତି ତ୍ରିପାଠୀ ଓ ୩୫ତମ ରାଙ୍କରେ ଓଡ଼ିଶାର ସୂର୍ଯ୍ୟପ୍ରତାପ ମିଶ୍ର ଅଛନ୍ତି।

ଅଦ୍ୟତନ ହୋଇଛି
NEET

NEET

Advertisment

ପ୍ରକାଶ ପାଇଛି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ-ୟୁଜି ୨୦୨୩ର ରେଜଲ୍ଟ। ନ୍ୟାଶନାଲ ଟେଷ୍ଟ ଏଜେନ୍ସି(ଏନଟିଏ) ଟ୍ୱିଟ କରି ଏହି ସୂଚନା ଦେଇଛି। ଚଳିତ ବର୍ଷ ୨ ଜଣ ଶିକ୍ଷାର୍ଥୀ ଟପ୍ପର ହେବା ସହ ୯୯.୯୯% ମାର୍କ ରଖିଛନ୍ତି। ତାମିଲନାଡୁର ପ୍ରଭଞ୍ଜନ ଜେ ଓ ଆନ୍ଧ୍ର ପ୍ରଦେଶର ବୋରା ବରୁଣ ଚକ୍ରବତ୍ତି ନିଟ୍‌ ୟୁଜି-୨୦୨୩ ପରୀକ୍ଷାରେ ୯୯.୯୯% ମାର୍କ ରଖିଛନ୍ତି।

Advertisment

ଟପ୍ ୫୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୨ ଶିକ୍ଷାର୍ଥୀ ରହିଛନ୍ତି। ୮ମ ସ୍ଥାନରେ ଓଡ଼ିଶାର ସ୍ୱୟଂଶକ୍ତି ତ୍ରିପାଠୀ ଓ ୩୫ତମ ରାଙ୍କରେ ଓଡ଼ିଶାର ସୂର୍ଯ୍ୟପ୍ରତାପ ମିଶ୍ର ଅଛନ୍ତି। ସେହିପରି ଟପ୍‌ ୨୦ ମହିଳା ଶିକ୍ଷାର୍ଥୀଙ୍କ ଭିତରେ ବି ଜଣେ ଓଡ଼ିଆ ରହିଛନ୍ତି। ଅଭିପସା ଚୌଧୁରୀ ଓଭରଅଲ ରାଙ୍କର ୬୪ତମ ସ୍ଥାନରେ ଥିଲେ ହେଁ ମହିଳାଙ୍କ ମଧ୍ୟରେ ସେ ଟପ୍‌ ୨୦ରେ ରହିଛନ୍ତି।

ଉତ୍ତର ପ୍ରଦେଶର ସର୍ବାଧିକ ପିଲା ନିଟ୍‌ ୟୁଜିରେ ପାସ୍‌ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ମହାରାଷ୍ଟ୍ର ଓ ତୃତୀୟରେ ରାଜସ୍ଥାନ ରହିଥିବା ଏନଟିଏ କହିଛି।

Advertisment

ଏନଟିଏ କହିଛି ଯେ ମୋଟ ୨୦.୩୮ ଲକ୍ଷ ପିଲାଙ୍କ ମଧ୍ୟରୁ ୧୧.୪୫ ଲକ୍ଷ ପିଲା ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇଛନ୍ତି। ଉତ୍ତର ପ୍ରଦେଶରୁ ସର୍ବାଧିକ ୧.୩୯ ଲକ୍ଷ, ମହରାଷ୍ଟ୍ରରେ ୧.୩୧ ଲକ୍ଷ ଓ ରାଜସ୍ଥାନର ୧ ଲକ୍ଷରୁ ଅଧିକ ପିଲା ନିଟ୍‌-ୟୁଜି କ୍ୱାଲିଫାଏ କରିଛନ୍ତି।

ମେ’ ୭ରେ ଏନଟିଏମ ଦେଶର ୪୯୯ଟି ଓ ବିଦେଶର ୧୪ଟି ସହରରେ ହୋଇଥିବା ୪,୦୯୭ଟି କେନ୍ଦ୍ରରେ ନିଟ-ୟୁଜି ପରୀକ୍ଷା ଆୟୋଜନ କରିଥିଲା। ପରୀକ୍ଷା ବେଳେ କପି କରି କେବଳ ୭ ଜଣ ପିଲା ଧରା ପଡ଼ିଥିଲେ। ବାକି ସମସ୍ତେ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ପରୀକ୍ଷା ଦେଇଥିଲେ। ଇଂରାଜୀ, ହିନ୍ଦୀ, ଓଡ଼ିଆ ଭଳି ୧୩ଟି ଭାଷାରେ ଚଳିତ ବର୍ଷ ପରୀକ୍ଷା ହୋଇଥିଲା।

NEET NEET Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe