/odisha-reporter/media/post_attachments/uploadimage/library/16_9/16_9_0/Rice_1730476189.jpg)
Rice
ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ଭାତ ସହ କେବଳ ଲୁଣ, ଲଙ୍କା। ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଟୋଲକାନି ଅଞ୍ଚଳର ଝାଡ଼େଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ।
ଆଜି ମଧ୍ୟାହ୍ନ ଭୋଜନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ କେବଳ ଭାତ ଖାଇବାକୁ ଦିଆଯାଇଥିଲା। ପିଲାମାନେ ତରକାରି ମାଗିବାରୁ ଲୁଣ ଲଙ୍କା ଲଗେଇ ଖାଇବାକୁ ଜଣେ ଶିକ୍ଷୟିତ୍ରୀ କହିଥିବା ପିଲାମାନେ ଅଭିଯୋଗ କରିଛନ୍ତି।
ସେହିଭଳି ଗତ ୧୩ ଦିନ ହେବ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇବାକୁ ଦିଆଯାଉନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଅନେକ ସମୟରେ ମଧ୍ୟାହ୍ନ ଭୋଜନରେ କେବଳ ବିସ୍କୁଟ ଖାଇବାକୁ ଦିଆଯାଉଥିବା ଛାତ୍ରଛାତ୍ରୀ କହିଛନ୍ତି।
ଆଜିର ଘଟଣା ନେଇ ଅଭିଭାବକଙ୍କ ଠାରୁ ଖବର ପାଇବା ପରେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ବଳରାମ ପତି ଓ ସି.ଆର.ସି.ସି କଣ୍ଠ ଦେହୁରୀ ବିଦ୍ୟାଳୟରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଏହାର ତଦନ୍ତ କରାଯିବା ପରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
