/odisha-reporter/media/post_attachments/uploadimage/library/16_9/16_9_0/School_1724943113.jpeg)
School
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ଆସନ୍ତା ସୋମବାର (ସେପ୍ଟେମ୍ବର ୯ ତାରିଖ) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିବାକୁ ଆଜି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
ଏହା ପୂର୍ବରୁ ଗତ ଅଗଷ୍ଟ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପଡୁଛି। ତେବେ ସେହିଦିନ ରବିବାର। ରବିବାର ଛୁଟି ଦିବସ ହୋଇଥିବାରୁ ୯ ତାରିଖକୁ ଅର୍ଥାତ୍ ଆସନ୍ତା ସୋମବାରକୁ ମୁଖ୍ୟମନ୍ତ୍ରୀ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ଦ୍ଦେଶରେ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
