Advertisment

ଭୁବନେଶ୍ୱରରେ ସ୍ଥାପନ ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ

ରାଜ୍ୟ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଂଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରାଯାଇଥିଲା

NSD

NSD

Advertisment

ରାଜଧାନୀ ଭୁବନେଶ୍ୱରରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ(ଏନଏସଡି)ର ଆଂଚଳିକ ଶାଖା କାର୍ଯ୍ୟ କରିବ । ଏନେଇ ଓଡ଼ିଶା ସରକାର ବିଧିବଦ୍ଧ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି । ଏହା ଅସ୍ଥାୟୀ ଭାବେ ଏବେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରୁ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି।

Advertisment

ରାଜ୍ୟ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଂଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରାଯାଇଥିଲା । ଏହାପରେ ସରକାରଙ୍କ ପକ୍ଷରୁ ଆଂଚଳିକ ଶାଖା ପ୍ରତିଷ୍ଠା ପାଇଁ ବିଧିବଦ୍ଧ ଭାବେ ଅନୁମୋଦନ ମିଳିଛି ।

ଏହି ନାଟ୍ୟ ବିଦ୍ୟାଳୟର ଆଂଚଳିକ ଶାଖା ଓଡ଼ିଶାରେ ସ୍ଥାପନ ହେବା ଆମପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଛନ୍ତି । ଏହି ଶାଖା ଭବିଷ୍ୟତରେ ନିଚ୍ଛକ ଓଡ଼ିଆ ନାଟକ ପ୍ରଦର୍ଶନ, ଏହାର ପ୍ରଚାରପ୍ରସାର ଓ ସମ୍ପ୍ରସାରଣ କ୍ଷେତ୍ରରେ ସହାୟକ ହେବ।

Advertisment

ସୂଚନାଯୋଗ୍ୟ, ୧୯୫୯ ମସିହାରେ ପ୍ରତିଷ୍ଠିତ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ୧୯୭୫ ମସିହାରୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ଅନୁଷ୍ଠାନ ଭାବେ କାର୍ଯ୍ୟ କରିଆସୁଛି । ବିଶିଷ୍ଟ ଅଭିନେତା ପରେଶ ରାୱଲ ଏହାର ଅଧ୍ୟକ୍ଷ ଓ ଓଡ଼ିଆ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ ଏହାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

Odisha NSD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe