Advertisment

ନିଟ ବିବାଦ: NTA ମୁଖ୍ୟ ସୁବୋଧ ବିଦା, ପ୍ରଦୀପଙ୍କୁ ମିଳିଲା ଦାୟିତ୍ୱ

ନିଟ ପରୀକ୍ଷାର ପ୍ରଶ୍ନପତ୍ର ଲିକ ଓ ଏକାଧିକ ଜାତୀୟସ୍ତରର ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Pradeep

Pradeep

ପେପର ଲିକ ବିବାଦକୁ ନେଇ ବିବାଦରେ ଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA)ର ମୁଖ୍ୟଙ୍କୁ ଆଜି ପଦରୁ ବିଦା କରିଛନ୍ତି କେନ୍ଦ୍ର ସରକାର। ସୁବୋଧ କୁମାର ସିଂହ ଏନଟିଏର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।

Advertisment

କିନ୍ତୁ ନିଟ ପରୀକ୍ଷାର ପ୍ରଶ୍ନପତ୍ର ଲିକ ଓ ଏକାଧିକ ଜାତୀୟସ୍ତରର ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ପ୍ରଦୀପ ସିଂହ ଖାରୋଲାଙ୍କୁ ଏନଟିଏର ମହାନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ପ୍ରଦୀପ ହେଉଛନ୍ତି ୧୯୮୫ ବ୍ୟାଚ୍‌ର ଆଇପିଏସ୍‌ ଅଫିସର। ସେ ପୂର୍ବରୁ ଏକାଧିକ ମନ୍ତ୍ରଣାଳୟରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଏବେ ତାଙ୍କ ନେତୃତ୍ୱରେ ଏନଟିଏ କାମ କରିବ। ଏନଟିଏ ଦେଶରେ NEET, UGC-NET, CUET and JEE (Main) ଭଳି ଜାତୀୟସ୍ତରର ପରୀକ୍ଷା ଆୟୋଜନ କରିଥାଏ। 

Advertisment

ପ୍ରଦୀପ ଏବ ଇଣ୍ଡିଆ ଟ୍ରେଡ ପ୍ରମୋସନ ଅର୍ଗାନାଇଜେସନର ଅଧ୍ୟକ୍ଷ ଓ ଏମଡି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ କେନ୍ଦ୍ର ସରକାର ଅତିରିକ୍ତ ଭାବେ ଏନଟିଏର ମହାନିର୍ଦ୍ଦେଶ ଦାୟିତ୍ୱ ଦେଇଛନ୍ତି। ଏଜେନ୍ସିର ସ୍ଥାୟୀ ମହାନିର୍ଦ୍ଦେଶ ନିଯୁକ୍ତ ନ ହେବା ଯାଏ, ପ୍ରଦୀପ ଏହି ପଦରେ ରହିବେ ବୋଲି କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି। 

ନିଟ-ୟୁଜି ପରୀକ୍ଷାରେ ୬୭ ଜଣ ପିଲା ୭୨୦ରୁ ୭୨୦ ମାର୍କ ରଖିବା ପରେ ବିବାଦ ଆରମ୍ଭ ହୋଇଥିଲା। ଭୁଲ ପ୍ରଶ୍ନ ପତ୍ର ଓ ବିଳମ୍ବରେ ପ୍ରଶ୍ନପତ୍ର ପାଇଁ ମଧ୍ୟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି କିଛି ପିଲାଙ୍କୁ ଗ୍ରେସ ମାର୍କ ମଧ୍ୟ ଦେଇଥିଲା। ଏତେ ସଂଖ୍ୟକ ପିଲା ରାଙ୍କ ୧ରେ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଅନିୟମିତତାର ଅଭିଯୋଗ ଆସିଥିଲା।

ମେ’ ୫ରେ ଦେଶର ପ୍ରାୟ ବିଭିନ୍ନ ସ୍ଥାନରେ ୨୪ ଲକ୍ଷ ପିଲା ନିଟ-ୟୁଜି ୨୦୨୪ ପରୀକ୍ଷା ଦେଇଥିଲେ। ଜୁନ ୪ରେ ଦେଶର ନିର୍ବାଚନ ଫଳାଫଳ ସହ ପରୀକ୍ଷା ରେଜଲ୍ଟ ମଧ୍ୟ ପ୍ରକାଶ ପାଇଥିଲା। ତେବେ ରେଜଲ୍ଟ ବାହାରିବା ପରେ ପ୍ରଶ୍ନପତ୍ର ଲିକର ଅଭିଯୋଗ ଆସିଛି।

ସେହିପରି ୧୫ଶହ ପିଲାଙ୍କୁ ଗ୍ରେସ ମାର୍କ ମିଳିଥିବାରୁ ଏହା ଉପରେ ମଧ୍ୟ ଆପତ୍ତି ଉଠା ଯାଇଛି। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଏନଟିଏକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ହେବାକୁ ପଡ଼ିଛି। ଅଧିକାଂଶ ଶିକ୍ଷାର୍ଥୀ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି।

NEET NEET Result NTA