Advertisment

ଏନସିଇଆରଟି ଦେଲା ସ୍ପଷ୍ଟୀକରଣ: ସାମାଜିକ ବିଜ୍ଞାନ ପୁସ୍ତକରେ ଅଛି ‘ପାଇକ ବିଦ୍ରୋହ’

ଏନସିଇଆରଟି ପ୍ରକାଶିତ ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟଣ୍ଡ”ରେ ଦି କଲୋନିଆଲ ଏରା ଇନ୍ ଇଣ୍ଡିଆ ଚାପ୍ଟରରେ ଓଡ଼ିଶା ପାଇକ ବିଦ୍ରୋହ ବାଦ୍ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା ।

ଅଦ୍ୟତନ ହୋଇଛି
NCERT

NCERT

Advertisment

ନ୍ୟାସନାଲ କାଉନସିଲ ଅଫ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ(ଏନସିଇଆରଟି) ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ‘ପାଇକ ବିଦ୍ରୋହ’ ବିଷୟ ବାଦ୍ ପଡ଼ିନାହିଁ । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ପ୍ରକାଶିତ ହେବାକୁ ଥିବା ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡରେ ଏହି ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ ବିଷୟ ସ୍ଥାନ ପାଇଛି । ଏନସିଇଆରଟି ପୁସ୍ତକରେ ଖୋର୍ଦ୍ଧା ପାଇକ ବିଦ୍ରୋହ ବିଷୟ ବାଦ୍ ପଡ଼ିଥିବା ନେଇ ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏନସିଇଆରଟି କର୍ତ୍ତୃପକ୍ଷ ଆଜି ଏକ ପ୍ରେସ୍ ରିଲଜ ମାଧ୍ୟମରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

Advertisment

ସୂଚନା ଅନୁସାରେ, ଏନସିଇଆରଟି ପ୍ରକାଶିତ ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟଣ୍ଡ”ରେ ଦି କଲୋନିଆଲ ଏରା ଇନ୍ ଇଣ୍ଡିଆ ଚାପ୍ଟରରେ ଓଡ଼ିଶା ପାଇକ ବିଦ୍ରୋହ ବାଦ୍ ପଡ଼ିଥିବା ନେଇ ଚର୍ଚ୍ଚା ହୋଇଥିଲା । ଯଦିଓ ୨୦୧୭ ମସିହାରେ ଏନସିଆରଇଟି ଦ୍ୱାରା ଅଷ୍ଟମ ଶ୍ରେଣୀ ପୁସ୍ତକରେ ବ୍ରିଟିଶ ବିରୋଧରେ ହୋଇଥିବା ପ୍ରଥମ ସ୍ୱାଧୀନତା ସଂଗ୍ରାମର ପ୍ରତୀକ ଭାବେ ଓଡ଼ିଶାର ପାଇକ ବିଦ୍ରୋହ-୧୮୧୭ ଆନ୍ଦୋଳନକୁ ସାମିଲ କରାଯାଇଥିଲା ।

ମାତ୍ର ଆଜି ପ୍ରେସ୍ ରିଲିଜ୍ ମାଧ୍ୟମରେ ଏନସିଇଆରଟି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ପ୍ରକାଶିତ ପାଠ୍ୟପୁସ୍ତକ ହେଉଛି ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନର ପ୍ରଥମ ଖଣ୍ଡ (ଭଲ୍ୟୁମ୍ ୧) । ଏହି ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ ୨୦୨୫ ମସିହା ସେପେ୍‌ଟମ୍ବର-ଅକ୍ଟୋବର ମାସରେ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଆଗାମୀ ଖଣ୍ଡରେ ଆଂଚଳିକ ପ୍ରତିରୋଧ ଆନ୍ଦୋଳନ ଏବଂ ସଶସ୍ତ୍ର ବିଦ୍ରୋହ ସର୍ମ୍ପକିତ ବିଷୟଗୁଡ଼ିକ ଯଥା ଓଡ଼ିଶାର ପାଇକ ବିଦ୍ରୋହ/ଖୋର୍ଦ୍ଧା ବିଦ୍ରୋହ, ପଞ୍ଜାବର କୁକା ଆନ୍ଦୋଳନ/ଶିଖ୍ ବିଦ୍ରୋହ ଆଦି ଅନ୍ତର୍ଭୁକ୍ତ ହେବ ।

Advertisment

ଏହି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣାଗୁଡ଼ିକୁ ପାଠ୍ୟକ୍ରମରୁ ହଟାଇ ଦିଆଯାଇ ନାହିଁ, ବରଂ ପାଠ୍ୟପୁସ୍ତକର ଆଗାମୀ ଖଣ୍ଡରେ ବିସ୍ତୃତ ଭାବେ ସାମିଲ କରାଯିବ । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଭାରତର ସମୃଦ୍ଧ ଐତିହାସିକ ଓ ସାଂସ୍କୃତିକ ବିବିଧତା ସଂପର୍କରେ ଆହୁରି ଗଭୀର ଜ୍ଞାନ ଲାଭ କରିପାରିବେ । ଏହି ସ୍ପଷ୍ଟୀକରଣ ଜାରି କରି ଏନସିଇଆରଟି ଗଣମାଧ୍ୟମ ଓ ସାଧାରଣ ଜନତାଙ୍କୁ ଏହି ବିଷୟରେ ଉତ୍ପନ୍ନ ହୋଇଥିବା ଭୁଲ ଧାରଣା ଦୂର କରିବାକୁ ଚେଷ୍ଟା କରିଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ଓ ଆନ୍ଦୋଳନକୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସୁସଂଗଠିତ ଢଙ୍ଗରେ ଉପସ୍ଥାପନ କରାଯିବ ବୋଲି ଏନସିଇଆରଟି କର୍ତ୍ତୃପକ୍ଷ କହିଛନ୍ତି ।

Odisha NCERT
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe