Advertisment

ଇଂରାଜୀ ବହିର ନାଁ କାହିଁକି ହିନ୍ଦୀରେ ରଖିଲା NCERT?

NCERT ପକ୍ଷରୁ ଏକାଧିକ ଇଂରାଜୀ ବହିର ନାଁ ହିନ୍ଦୀରେ ରଖାଯାଇଛି।

author-image
Hemant Lenka
NCERT

NCERT

ଜାତୀୟ ଶିକ୍ଷା ନୀତି ଭାଷା ବିବାଦକୁ ଜନ୍ମ ଦେଇଥିବା ବେଳେ ତାମିଲନାଡୁ ଠାରୁ ଆରମ୍ଭ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ଏହାକୁ ବିରୋଧ କରାଯାଉଛି। ଏସବୁ ଭିତରେ ଆଉ ଏକ ବିବାଦ ସୃଷ୍ଟି ହୋଇଛି। NCERT ପକ୍ଷରୁ ଏକାଧିକ ଇଂରାଜୀ ବହିର ନାଁ ହିନ୍ଦୀରେ ରଖାଯାଇଛି। ଇଂରାଜୀ ପାଠ୍ୟ ପୁସ୍ତକର ନାଁ ରୋମାନ ସ୍କ୍ରିପ୍ଟରେ ହିନ୍ଦୀରେ ରହିଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି। ପରମ୍ପରା ଅନୁସାରେ ବହିରେ ଯେଉଁ ବିଷୟବସ୍ତୁ ରହିଛି, ସେହି ଅନୁସାରେ ଏହାର ନାମକରଣ ହୋଇ ଆସୁଥିଲା। କିନ୍ତୁ ଏବେ NCERT ପକ୍ଷରୁ ବ୍ୟତିକ୍ରମ ଦେଖାଯାଇଛି।

Advertisment

ଉଦାହରଣ ସ୍ୱରୂପ: ୬ଷ୍ଠ ଶ୍ରେଣୀର ଇଂରାଜୀ ବହିର ର୍ନା ପୂର୍ବରୁ ହନିସୁକଲେ ରଖାଯାଇଥିଲା। ହେଲେ ଏବେ ଏହାର ଶୀର୍ଷକ ବଦଳି ଯାଇଛି। ଇରାଜୀ ବହିର ନାଁ ପୂର୍ବୀ ରଖାଯାଇଛି। ଏହା ଏକ ହିନ୍ଦୀ ଶବ୍ଦ ଓ ଏହାର ଅର୍ଥ ଇଷ୍ଟର୍ଣ୍ଣ। ଏଥିରେ ଶାସ୍ତ୍ରୀୟ ସଂଗୀତ ରାଗର ଛୁଙ୍କ ବି ରହିଛି। ସେହିପରି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଇଂରାଜୀ ବହିର ନାଁ ମୃଦଙ୍ଗ ଓ ତୃତୀୟ ଶ୍ରେଣୀ ପିଲାଙ୍କ ବହିର ନାଁ ସନ୍ତୁର ରହିଛି। ଏସବୁ ଭାରତୀୟ ବାଦ୍ୟ ଯନ୍ତ୍ରର ନାଁ ଉପରେ ଆଧାରିତ।

ସ୍କୁଲରେ କେନ୍ଦ୍ର ସରକାର ୩ ଭାଷା ନୀତିକୁ ତାମିଲନାଡୁ ଭଳି ରାଜ୍ୟ ବିରୋଧ କରୁଛି। କେନ୍ଦ୍ର ସରକାର ଅଣ ହିନ୍ଦୀ ରାଜ୍ୟରେ ହିନ୍ଦୀ ଭାଷାକୁ ବଳପୂର୍ବକ ଲଦି ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟରେ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

ପୂର୍ବରୁ ଥିବା ପରମ୍ପରା ବଦଳିଛି

ଅତିତୀରେ NCERT ଗୋଟିଏ ବହିର ନାଁ ଭିନ୍ନଭିନ୍ନ ଭାଷାରେ ରଖୁଥିଲା। ଉଦାହରଣ ସ୍ୱରୂପ- ୬ଷ୍ଠ ଶ୍ରେଣୀର ଗଣିତ ବହିର ନାଁ ଇଂରାଜୀରେ ମ୍ୟାଥମେଟିକ୍ସ ରହୁଥିବା ବେଳେ ହିନ୍ଦୀରେ ଗଣିତ ଓ ଉର୍ଦ୍ଦ୍ୱୁରେ ଏହାକୁ ରିୟାଜି କୁହାଯାଉଥିଲା। କିନ୍ତୁ ଏବେ ଉଭୟ ଇଂରାଜୀ ଓ ହିନ୍ଦୀ ଭର୍ସର ନାଁ ଗଣିତ ପ୍ରକାଶ ରଖାଯାଇଛି।

୬ଷ୍ଠ ଶ୍ରେଣୀ ଇଂରାଜୀ ବହିର ପ୍ରସ୍ତାବନାକୁ ଏନସିଇଆରଟିର ନିର୍ଦ୍ଦେଶକ ଦୀନେଶ ପ୍ରସାଦ ସକଲାନି ଲେଖିଥିବା ବେଳେ ଏହାର ଶୀର୍ଷକ କାହିଁକି ପୂର୍ବୀ ରଖାଗଲା, ସେକଥା କହି ନାହାନ୍ତି। ଏହାର ଆରମ୍ଭରେ କେବଳ କୁହାଯାଇଛି ଯେ ବହିରେ ଭାରତୀୟ ଜ୍ଞାନ ପ୍ରଣାଳୀ, ସାଂସ୍କୃତିକ ଐତିହ୍ୟ, ଲିଙ୍ଗଗତ ଏକଦା, ଡିଜିଟାଲ ଦକ୍ଷତା ଓ ପରିବେଶର ସୁରକ୍ଷା ସମ୍ପର୍କରେ ବିଷୟବସ୍ତୁ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସବୁ ବହିର ନାଁ ଏପରି ଭାବେ ପରିବର୍ତ୍ତନ ହୋଇନି। ୬ଷ୍ଠ ଶ୍ରେଣୀର ବିଜ୍ଞାନ ବହିକୁ ଇଂରାଜୀରେ କ୍ୟୁରୋସିଟୀ କୁହାଯାଉଥିବା ବେଳେ ହିନ୍ଦୀରେ ଏହାକୁ ଜିଜ୍ଞାସା ଓ ଉର୍ଦ୍ଦ୍ୱୁରେ ତାତାସୁସ ନାମିତ କରାଯାଇଛି। ସମାନ ଢଙ୍ଗରେ ସାମାଜିକ ବିଜ୍ଞାନ ବହିର ଇଂରାଜୀ ନାଁ ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବେୟଣ୍ଡ ଓ ହିନ୍ଦୀରେ ସମାଜ କା ଅଧ୍ୟୟନ: ଭାରତ ଓ ଉସକେ ଆଗେ ରହିଛି।

ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ଏନସିଇଆରଟି ୨୦୨୩ରୁ ନୂଆ ପାଠ୍ୟ ବହି ରିଲିଜ କରୁଛି। ପ୍ରଥମେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ବହି ରିଲିଜ କରାଯାଇଥିବା ବେଳେ ୨୦୨୪ରେ ତୃତୀୟ ଓ ୪ର୍ଥ ଶ୍ରେଣୀର ବହି ଆସିଥିଲା। ଏବେ ୪ର୍ଥ, ୫ମ, ୬ଷ୍ଠ, ୭ମ ଓ ୮ମ ଶ୍ରେଣୀର ବହି ଏନସିଇଆରଟି ରିଲିଜ କରିଛି।

NCERT