Advertisment

ଅଗଷ୍ଟ ୩ରେ ନିଟ୍‌ ପିଜି, ସୁପ୍ରିମକୋର୍ଟ ଦେଲେ ଅନୁମତି

ଅଗଷ୍ଟ ୩ରେ ଦେଶବ୍ୟାପୀ ପରୀକ୍ଷା ପାଇଁ ଏନବିଇ ଆବେଦନ କରିଥିଲା। ଏହାକୁ ଆଜି ସର୍ବୋଚ୍ଚ ଅଦାଲତ ଗ୍ରହଣ କରିନେଇଛନ୍ତି।

NEET

NEET

Advertisment

ଆସନ୍ତା ଅଗଷ୍ଟ ୩ ତାରିଖରେ ଅନୁଷ୍ଠିତ ହେବ ନିଟ୍‌ ପିଜି। ଆଜି ଏଥିପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଅଗଷ୍ଟ ୩ରେ ଦେଶବ୍ୟାପୀ ପରୀକ୍ଷା ପାଇଁ ଏନବିଇ ଆବେଦନ କରିଥିଲା। ଏହାକୁ ଆଜି ସର୍ବୋଚ୍ଚ ଅଦାଲତ ଗ୍ରହଣ କରିନେଇଛନ୍ତି। ଜଷ୍ଟିସ ପିକେ ମିଶ୍ର ଓ ଜଷ୍ଟିସ ଏଜି ମାସିଙ୍କ ଖଣ୍ଡପୀଠ ଶୁଣାଣି ବେଳେ କହିଛନ୍ତି, “୨୦୨୫ ମସିହା ଅଗଷ୍ଟ ୩ ତାରିଖରେ ପରୀକ୍ଷା ପାଇଁ ପୁନଃଧାର୍ଯ୍ୟ କରିବା ଆବେଦନରେ ଆମେ ସନ୍ତୁଷ୍ଟ। ଆମେ ମେ’ ୩୦ରେ ଦେଇଥିବା ରାୟ ଅନୁସାରେ ସମୟ ବୃଦ୍ଧି କରାଯାଇଛି ଓ ଏନବିଇକୁ ଏବେ ପରୀକ୍ଷା ଅଗଷ୍ଟ ୩ରେ ଆୟୋଜନ କରିବାକୁ ଅନୁମତି ଦିଆଯାଉଛି। ଆଉ ସମୟ ସୀମା ବୃଦ୍ଧି କରାଯାଇ ପାରିବ ନାହିଁ।”

Advertisment

ପ୍ରାରମ୍ଭିକ ପର୍ଯ୍ୟାୟରେ ଏନବିଇ କରିଥିବା ଆବେଦନର ଶୁଣାଣି ବେଳେ ଖଣ୍ଡପୀଠ ପରୀକ୍ଷାରେ ବିଳମ୍ବକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଓ ପ୍ରଶ୍ନ କରିଥିଲେ ଯେ “ଆପଣ କାହିଁକି ୨ ମାସ ସମୟ ଆବଶ୍ୟକ କରୁଛନ୍ତି?”

ଏନବିଇ କୋର୍ଟକୁ ଜଣାଇଥିଲା ଯେ ପରୀକ୍ଷା ଦେବାକୁ ୨.୫ ଲକ୍ଷ ପ୍ରାର୍ଥୀ ରହିଥିବା ବେଳେ ପରୀକ୍ଷା କେନ୍ଦ୍ର ସଂଖ୍ୟା ୪୫୦ ରହିଛି। ପରୀକ୍ଷା ଯେହେତୁ ଗୋଟିଏ ଶିଫ୍ଟରେ ହେବ, ତେଣୁ ୫୦୦ଟି କେନ୍ଦ୍ର ଆବଶ୍ୟକ। ପରୀକ୍ଷା କେନ୍ଦ୍ର ଚିହ୍ନଟ କରିବା, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଓ ଶିକ୍ଷାର୍ଥୀମାନଙ୍କୁ କେନ୍ଦ୍ର ଚିୟନର ବିକଳ୍ପ ଦେବା ଆଦି କାମ ପାଇଁ ସମୟ ଆବଶ୍ୟକ।

Advertisment

ଜଷ୍ଟିସ ପିକେ ମିଶ୍ର ଏନବିଇକୁ ପ୍ରଶ୍ନ କରିଥିଲେ ଯେ “ଆପଣ ଅଗଷ୍ଟ ୩ ଯାଏ ସମୟ ଚାହୁଁଛନ୍ତି? କାହିଁକି ଏତେ ସମୟ?” ଜଷ୍ଟିସ ଏଜି ମାସିରେ ଏଥିରେ ଯୋଡ଼ିଥିଲେ ଯେ “ମେ’ ୩୦ରେ ନିର୍ଦ୍ଦେଶ ପାରିତ କରାଯାଇଥିଲେ ହେଁ ଆପଣ ଏଯାଏ ପ୍ରକ୍ରିୟା ଆରମ୍ଭ କରି ନାହାନ୍ତି। ଆପଣ ସେବେ ଠାରୁ କ’ଣ କରୁଥିଲେ? ଏହା ଅଯଥା ବିଳମ୍ବର କାରଣ ପାଲଟିଛି। ଆପଣ କାହିଁକି ୨ ମାସ ସମୟ ଚାହୁଁଛନ୍ତି?”

ସମୟ ବୃଦ୍ଧି ଆବେଦନକୁ ନେଇ ମଧ୍ୟ ଖଣ୍ଡପୀଠ ଚିନ୍ତା ପ୍ରକଟ କରିଥିଲେ। ଏହାର ଜବାବରେ ଏନବିଇ କହିଥିଲା ଯେ “ଆମର ଟେକ୍ନିକାଲ ପାର୍ଟନର ହେଉଛି ଟିସିଏସ୍‌। ସେମାନେ ସ୍ଥିତିର ବିସ୍ତୃତ ସୂଚନା ଦେଇ ପାରିବେ।” ଜଷ୍ଟିସ ମାସି ବିରକ୍ତ ପ୍ରକାଶ କରି କହିଥିଲେ ଯେ “ଆପଣଙ୍କ ପାଇଁ ଏହା ଦୁର୍ଭାଗ୍ୟଜନକ। ଆପଣ ଜାଣିଛନ୍ତି ଟିସିଏସ୍‌ କେମିତି କାମ କରେ। ପିଲମାନେ ପାଠ ପଢ଼ୁଛନ୍ତି ଓ ନାମ ଲେଖା ବିଳମ୍ବ ମଧ୍ୟ ହେବ।”

ଉଭୟ କେନ୍ଦ୍ର ସରକାର ଓ ଏନବିଇ ଗୋଟିଏ ଶିଫ୍ଟରେ ପରୀକ୍ଷା ଆୟୋଜନ ପାଇଁ ସମୟର ଆବଶ୍ୟକତା ସମ୍ପର୍କରେ ଯୁକ୍ତି ରଖିଥିଲେ। ଏହା ଶୁଣିବା ପରେ ସୁପ୍ରିମକୋର୍ଟ ସେମାନଙ୍କ ଅନୁରୋଧକୁ ଅନୁମତି ଦେଇଛନ୍ତି। ମେ’ ୩୦ରେ ସୁପ୍ରିମକୋର୍ଟ ନିଜର ରାୟରେ ଏନବିଇକୁ ୨ଟି ବଦଳରେ ଗୋଟିଏ ଶିଫ୍ଟରେ ନିଟ ପିଜି-୨୦୨୫ ଆୟୋଜନ କରିବାକୁ କହିଥିଲେ।

ଏହି ରାୟ ପରେ ଧାର୍ଯ୍ୟ ତାରିଖ ଜୁନ ୧୫ରେ ଗୋଟିଏ ଶିଫ୍ଟରେ ପରୀକ୍ଷା ଅସମ୍ଭବ ବୋଲି ଯୁକ୍ତି ରଖି ଏନବିଇ ସୁପ୍ରିମକୋର୍ଟରେ ସମୟ ବୃଦ୍ଧି ପାଇଁ ଆବେଦନ କରିଥିଲା। ସିଙ୍ଗଲ ଶିଫ୍ଟରେ ପରୀକ୍ଷା କରିବା ପାଇଁ ଟିସିଏସ ସମସ୍ତ ବ୍ୟବସ୍ଥା ଅଗଷ୍ଟ ୩ ପୂର୍ବରୁ କରିପାରିବ ନାହିଁ ବୋଲି କହିବା ପରେ ଏକଥା ଏନବିଇ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ।

Supreme Court NEET
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe