Advertisment

NEET-UG ପରୀକ୍ଷା ବିବାଦ; ସୁପ୍ରିମକୋର୍ଟରେ ଯାଞ୍ଚ ରିପୋର୍ଟ ଦାଖଲ କଲା CBI

ଜୁଲାଇ ତୃତୀୟ ସପ୍ତାହରୁ ଚାରି ରାଉଣ୍ଡରେ କାଉନସେଲିଂ ଆରମ୍ଭ ନେଇ ସୁପ୍ରିମକୋର୍ଟକୁ ଜଣାଇଲା କେନ୍ଦ୍ର।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

NEET-UG ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ରିପୋର୍ଟ ଦାଖଲ କଲା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI)। ଆଜି CBI ସୁପ୍ରିମକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିଛି। ଖୁବ୍ ଶୀଘ୍ର ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରିପାରନ୍ତି।

Advertisment

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ CBI ସୁପ୍ରିମକୋର୍ଟରେ ଦାଖଲ କରିଥିବା ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ, ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ କୌଣସି ଜାଲିଆତି ହୋଇନାହିଁ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ମାଡ୍ରାସ ଦ୍ୱାରା କରାଯାଇଥିବା ଡାଟା ଆନାଲିଟିକ୍ସ ଅନୁସାରେ, ବଡ଼ ଧରଣର ଜାଲିଆତି ନେଇ ଯେଉଁ ଅଭିଯୋଗ ହୋଇଥିଲା ତାର କୌଣସି ସ୍ପଷ୍ଟ ସୂଚନା ନାହିଁ। କେତକ ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କୁ କୌଣସି ପ୍ରକାର ଅତିରିକ୍ତ ମାର୍କ ମିଳି ନାହିଁ।

CBI ସୁପ୍ରିମକୋର୍ଟଙ୍କୁ ଆହୁରି କହିଛି ଯେ, ଟେଲିଗ୍ରାମରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଯେଉଁ ଭିଡ଼ିଓ ଦେଖାଯାଉଛି ତାହା ନକଲି, ଏଡିଟ୍ କରାଯାଇ ପୋଷ୍ଟ କରାଯାଇଛି।

Advertisment

NTA ସୁପ୍ରିମକୋର୍ଟଙ୍କୁ କହିଛି ଯେ, ଜୁଲାଇ ତୃତୀୟ ସପ୍ତାହରୁ ଚାରି ରାଉଣ୍ଡରେ କାଉନସେଲିଂ ଆରମ୍ଭ ହେବ। ଯଦି ଏହି ସମୟରେ କୌଣସି ପ୍ରାର୍ଥୀ ଜାଲିଆତି କରିଥିବା ଜଣାପଡେ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କାଉନସେଲିଂ ପ୍ରକ୍ରିୟା ସମୟରେ କିମ୍ବା ଏହା ପରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବାତିଲ୍ କରି ଦିଆଯିବ।

ପ୍ରକାଶ ଥାଉକି, ମେ ୫ରେ ଦେଶର ୪,୭୫୦ କେନ୍ଦ୍ରରେ NEET-UG ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୨୪ ଲକ୍ଷ ପ୍ରାର୍ଥୀ ହାଜର ହୋଇଥିଲେ। ଜୁନ୍ ୧୪ରେ ରେଜଲ୍ଟ ଘୋଷଣା ହେବା ନେଇ ଆଶା କରାଯାଉଥିଲା, କିନ୍ତୁ ମୂଲ୍ୟାୟନ ଶେଷ ହୋଇଯିବାରୁ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା।

୬୭ ଜଣ ପରୀକ୍ଷାର୍ଥୀ ଫୁଲ୍ ମାର୍କ ରଖି ପାସ୍ ହେବା ପରେ ପ୍ରଶ୍ନପତ୍ର ଲିକ୍ ବିବାଦ ମୁଣ୍ଡ ଟେକିଥିଲା। ଏପରିକି ବାହାର ରାଜ୍ୟର କିଛି ଛାତ୍ରଛାତ୍ରୀ ଗୁଜରାଟର ନିର୍ଦ୍ଦିଷ୍ଟ ସେଣ୍ଟର ଚୟନ କରିବା ଏବଂ କିଛି ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବାକୁ ନେଇ ବିରୋଧ ହୋଇଥିଲା। ଏହାପରେ NTA ପକ୍ଷରୁ CBI ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା। ଆଜି CBI ସୁପ୍ରିମକୋର୍ଟରେ ଯାଞ୍ଚ ରିପୋର୍ଟ ଦାଖଲ କରିଛି। 

CBI NEET UG Row NTA Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe