Advertisment

ପ୍ରକାଶ ପାଇଲା NEET-UG ରେଜଲ୍ଟ: ଟପ୍‌ ୧୦ରେ ୯ ଜଣ ପୁଅ

ନିଟ ୟୁଜି ପରୀକ୍ଷାରେ ଓଡ଼ିଶାର ଟପ୍ପର ହୋଇଛନ୍ତି ସ୍ନେହାଶିଷ ଦାଶ। ସର୍ଭଭାରତୀୟ ସ୍ତରରେ ତାଙ୍କର ରାଙ୍କ ୬୦ ରହିଛି। କିନ୍ତୁ ସେ ଓଡ଼ିଶାରେ ରାଙ୍କ ୧ରେ ରହିଛନ୍ତି।

NEET

NEET

Advertisment

ପ୍ରକାଶ ପାଇଛି ନିଟ-ୟୁଜି ରେଜଲ୍ଟ। ଜାତୀୟ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ଆଜି ରେଜଲ୍ଟ ପ୍ରକାଶ କରାଯାଇଛି। ଚଳିତ ବର୍ଷ ନିଟ ୟୁଜି ପରୀକ୍ଷା ମେ’ ୪ ତାରିଖରେ ଦିନ ୨ଟାରୁ ୫ ଯାଏ ଅନୁଷ୍ଠିତ ହୋଇଥିଲା।

Advertisment

୨୨ ଲକ୍ଷରୁ ଅଧିକ ପିଲା ଭାରତର ୫୫୨ଟି ସହରରେ ପ୍ରସ୍ତୁତ ହୋଇଥିବା ୫,୪୬୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ୧୪ଟି ଅନ୍ତର୍ଜାତୀୟ କେନ୍ଦ୍ରରେ ମଧ୍ୟ ନିଟ ୟୁଜି ପରୀକ୍ଷା ଆୟୋଜନ ହୋଇଥିଲା।

୨୨ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଥିବା ବେଳେ ୧୨,୩୬,୫୩୧ ଜଣ ଶିକ୍ଷାର୍ଥୀ ପାସ୍‌ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫,୧୪,୦୬୩ ଜଣ ପୁଅ ଓ ୭,୨୨,୪୬୨ ଜଣ ଝିଅ ରହିଛନ୍ତି। ସବୁ ପ୍ରବେଶିକା ପରୀକ୍ଷାର ଟପ ୧୦ରେ ପୁଅଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା ଅଧିକ ରହିଥାଏ। କିନ୍ତୁ ନିଟ ୟୁଜି ୨୦୨୫ ରେଜଲ୍ଟରେ ଏହାର ବ୍ୟତିକ୍ରମ ଦେଖାଯାଇଛି।

Advertisment

ଟପ୍‌ ୧୦ରେ ୯ ଜଣ ପୁଅ ଓ ଜଣେ ମାତ୍ର ଝିଅ ରହିଛନ୍ତି। ୯୯.୯% ମାର୍କ ସହ ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ଦିଲ୍ଲୀର ଅବିକା ଅଗ୍ରୱାଲ ଟପ ୧୦ରେ ଏକମାତ୍ର ଝିଅ ଭାବେ ସ୍ଥାନ ପାଇଛନ୍ତି। ସର୍ଭଭାରତୀୟ ସ୍ତରର ତାଙ୍କର ରାଙ୍କ ୫ ରହିଛି।

ନିଟ ୟୁଜି ପରୀକ୍ଷାରେ ଓଡ଼ିଶାର ଟପ୍ପର ହୋଇଛନ୍ତି ସ୍ନେହାଶିଷ ଦାଶ। ସର୍ଭଭାରତୀୟ ସ୍ତରରେ ତାଙ୍କର ରାଙ୍କ ୬୦ ରହିଛି। କିନ୍ତୁ ସେ ଓଡ଼ିଶାରେ ରାଙ୍କ ୧ରେ ରହିଛନ୍ତି।

NEET NEET UG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe