Advertisment

ସହରୱାରୀ ଓ ସେଣ୍ଟରୱାରୀ ନିଟ-ୟୁଜି ରେଜଲ୍ଟ ପ୍ରକାଶିତ

ଶନିବାର ମଧ୍ୟାହ୍ନ ସୁଦ୍ଧା ସହର ୱାରୀ ଓ ପରୀକ୍ଷା ସେଣ୍ଟରୱାରୀ ନିଟ ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ସର୍ବୋଚ୍ଚ ଅଦାଲତ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆଜି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ପ୍ରକାଶ କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
NEET -UG Result

NEET -UG Result

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଜି ପ୍ରକାଶ ପାଇଛି ନିଟ-ୟୁଜି ପରୀକ୍ଷା ରେଜଲ୍ଟ । ଶନିବାର ମଧ୍ୟାହ୍ନ ସୁଦ୍ଧା ସହରୱାରୀ ଓ ପରୀକ୍ଷା କେନ୍ଦ୍ରୱାରୀ ନିଟ ୟୁଜି ରେଜଲ୍ଟ ପ୍ରକାଶ କରିବାକୁ ସର୍ବୋଚ୍ଚ ଅଦାଲତ ଏନଟିଏକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆଜି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ପ୍ରକାଶ କରାଯାଇଛି।

Advertisment

ନିଟ-ୟୁଜି ରେଜଲ୍ଟ ଏବେ NEET UG 2024ର ଅଫିସିଆଲ ୱେବସାଇଟ୍‌ https://exams.nta.ac.in/NEET/ ରେ ଉପଲବ୍ଧ ଅଛି। ୱେବସାଇଟ୍‌ର ହୋମପେଜ୍‌କୁ ଯାଇ ଛାତ୍ରଛାତ୍ରୀମାନେ 'NEET (UG) RESULT 2024 CITY/CENTRE WISE' ଅପସନ୍‌କୁ କ୍ଲିକ୍‌ କରି  ନିଜ ରେଜଲ୍ଟ ପାଇପାରିବେ ।  

ଜୁନ ୪ରେ ସର୍ବଭାରତୀୟ ସ୍ତରରେ ନିଟ ରେଜଲ୍ଟ ପ୍ରକାଶ ପାଇଥିଲା। କିନ୍ତୁ ଏବେ ସହରୱାରୀ ଓ ପରୀକ୍ଷାକେନ୍ଦ୍ରୱାରୀ ରେଜଲ୍ଟ ପ୍ରକାଶ ପାଇଛି। ଏହାଦ୍ୱାରା ଯଦି ବହୁମାତ୍ରାରେ ଅନିୟମିତତା ହୋଇଥିବା ଜଣାପଡ଼ିବ ତେବେ ପୁଣି ଥରେ ପରୀକ୍ଷା ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ। 

Advertisment

ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦଚୂଡ଼, ଜଷ୍ଟିଦ ଜେବି ପାରଦିୱାଲା ଓ ଜଷ୍ଟିସ୍‌ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଟିମ୍‌ ଏହି ମାମଲାର ଶୁଣାଣି କରି କହିଥିଲେ ଯେ, ରେଜଲ୍ଟ ପ୍ରକାଶ ପାଇବା ସମୟରେ ପରିକ୍ଷାର୍ଥୀଙ୍କ ଗୋପନୀୟତାକୁ ପ୍ରାଥମିକତା ଦିଆଯିବ । କୌଣସି ବି ପରିକ୍ଷାର୍ଥୀଙ୍କ ପରିଚୟ ପ୍ରକାଶ ନ କରି ସହରୱାରୀ ଓ ପରୀକ୍ଷାକେନ୍ଦ୍ରୱାରୀ ଏହାକୁ ଘୋଷଣା କରାଯିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖରେ ହେବ ।

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ଏବେ ସିବିଆଇ କରୁଛି। ସିବିଆଇ ତଦନ୍ତ ଦାୟିତ୍ୱ ପାଇବା ପରେ ଏଫଆଇଆର ରୁଜୁ କରି  ୬୦ ଜଣଙ୍କୁ ଗିରଫ କରିସାରିଲାଣି।

ବିହାର ପେପର ଲିକ୍‌ର ମୂଳକେନ୍ଦ୍ର ହୋଇଥିବା ବେଳେ ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ମଧ୍ୟ ଏହାର ଲିଙ୍କ ରହିଛି। ଏଠାରେ ମଧ୍ୟ ପରୀକ୍ଷା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଆସୁଛି। ତେଣୁ ପୁନଃ ପରୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଛି।

ମେ ୫ରେ ଦେଶର ୪,୭୫୦ କେନ୍ଦ୍ରରେ NEET-UG ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୨୪ ଲକ୍ଷ ପିଲା ଭାଗ ନେଇଥିଲେ। ଜୁନ୍ ୧୪ରେ ରେଜଲ୍ଟ ଘୋଷଣା ହେବା ନେଇ ଆଶା କରାଯାଉଥିଲା, କିନ୍ତୁ ମୂଲ୍ୟାୟନ ଶେଷ ହୋଇଯିବାରୁ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା।

ନିଟ୍‌ ୟୁଜି ପରୀକ୍ଷାରେ ୬୭ ଜଣ ପିଲା ୭୨୦ ମାର୍କ ରଖି ଟପ୍‌ କରିବା ପରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ହୋଇଥିଲା। ଏହାପରେ NTA ପକ୍ଷରୁ CBIକୁ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା।

NEET Result