Advertisment

ପ୍ରକାଶ ପାଇନି NEET-UG ସଂଶୋଧିତ ରେଜଲ୍ଟ

ସଂଶୋଧିତ ରେଜଲ୍ଟ ଉପଲବ୍ଧ ହୋଇ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Laptop

Laptop

Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ NEET-UG ସଂଶୋଧିତ ଫଳାଫଳ ଆଜି ପ୍ରକାଶ ପାଇନାହିଁ। ଏନେଇ ଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବର୍ତ୍ତମାନ ୱେବସାଇଟରେ ପୁରୁଣା ଲିଙ୍କ୍ ଅଛି, ସଂଶୋଧିତ ରେଜଲ୍ଟ ଉପଲବ୍ଧ ହୋଇ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ପ୍ରଥମେ କିଛି ଜାତୀୟ ଗଣମାଧ୍ୟମରେ ମେଡିକାଲ ପ୍ରବେଶିକା ପରୀକ୍ଷାର ସଂଶୋଧିତ ଫଳାଫଳ ପ୍ରକାଶ ପାଇଥିବା ନେଇ ଖବର ପ୍ରସାରଣ ହୋଇଥିଲା। ଏହାପରେ ଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ୱେବସାଇଟରେ ପୁରୁଣା ରେଜଲ୍ଟ ଉପଲବ୍ଧ ଅଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ନୂଆ ରେଜଲ୍ଟ ଅପଲୋଡ କରିବା ପରେ ଛାତ୍ରଛାତ୍ରୀ ମାର୍କ ଦେଖିପାରିବେ। 

ମେଡିକାଲ ପ୍ରବେଶି ପରୀକ୍ଷାରେ ବ୍ୟାପକ ଅନିୟମିତତାକୁ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଶୁଣାଣି କରି ସଂଶୋଧିତ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫିଜିକ୍ସ ପ୍ରଶ୍ନ ପାଇଁ କିଛି ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରୀଙ୍କୁ ମିଳିଥିବା ଗ୍ରେସ୍ ମାର୍କକୁ ପ୍ରତ୍ୟାହର କରି ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ।

Advertisment

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଆସନ୍ତା ଦୁଇ ଦିନ ମଧ୍ୟରେ ସଂଶୋଧିତ ରେଜଲ୍ଟ ପ୍ରକାଶ ପାଇବ। କିନ୍ତୁ ଆଜି ରେଜଲ୍ଟ ପ୍ରକାଶ ପାଇ ନାହିଁ। କିଛି ଗଣମାଧ୍ୟମରେ ଫଳାଫଳ ପ୍ରକାଶ ପାଇଥିବା ନେଇ ହୋଇଥିବା ଖବର ମିଥ୍ୟା। 

NEET-UG Revised Result NEET UG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe