Advertisment

NEET-UG ସଂଶୋଧିତ ରେଜଲ୍ଟ; ୬୧ରୁ ୧୭କୁ ଖସିଯିବ ଟପ୍ପର ତାଲିକା

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସଂଶୋଧିତ ଫଳାଫଳ ପ୍ରକାଶ ପାଇଲେ ୪୪ ଜଣ ଛାତ୍ରଛାତ୍ରୀ ଟପ୍ପର ତାଲିକାରୁ ବାଦ୍ ପଡ଼ିବେ।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

NEET-UG ପରୀକ୍ଷାର ସଂଶୋଧିତ ଫଳାଫଳ ଆଜି ପ୍ରକାଶ ପାଇବାର ସମ୍ଭାବନା ରହିଛି। ଯଦି ଫଳାଫଳ ପ୍ରକାଶ ପାଏ ତେବେ ପୂର୍ବ ରେଜଲ୍ଟ ଅନୁସାରେ ଟପ୍ପର ହୋଇଥିବା ୬୧ ଜଣଙ୍କ ମଧ୍ୟରୁ ମାତ୍ର ୧୭ ଜଣ ସ୍ଥାନ ବଜାୟ ରଖିବେ। ଅବଶିଷ୍ଟ ୪୪ ଜଣ ଟପ୍ପର ତାଲିକାରୁ ବାଦ୍ ପଡ଼ିବେ।

Advertisment

ପ୍ରକାଶ ଥାଉକି, ମେ ୫ରେ ଅନୁଷ୍ଠିତ ହୋଇଥିବା ମେଡିକାଲ ପ୍ରବେଶିକା ପରୀକ୍ଷାର ଫିଜିକ୍ସର ଗୋଟିଏ ପ୍ରଶ୍ନ ପାଇଁ କିଛି ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ମିଳିଥିଲା। ଆଟୋମିକ ଥିଓରି ପ୍ରଶ୍ନ ନଂ ୨୯ରେ ଥିବା ଅପ୍ସନରେ ଦୁଇଟି ଉତ୍ତର ଠିକ୍ ଥିବାରୁ ଏହି ଗ୍ରେସ୍ ମାର୍କ ମିଳିଥିଲା।

ପୁରୁଣା NCERT ଦ୍ୱାଦଶ ବିଜ୍ଞାନ ବହି ଅନୁସାରେ, ଯେଉଁମାନେ ଉତ୍ତର ଲେଖିଥିଲେ ସେମାନଙ୍କୁ ଏହି  ଗ୍ରେସ୍ ମାର୍କ ମିଳିଥିଲା। କିନ୍ତୁ ସୁପ୍ରିମକୋର୍ଟରେ ଏ ଉପରେ ବିଚାର ସମୟରେ ଜଣେ ଛାତ୍ର ଏହାକୁ ବିରୋଧ କରିଥିଲେ। ଗୋଟିଏ ପ୍ରଶ୍ନପତ୍ର ପାଇଁ ଗୋଟିଏ ଅପସନ୍(ଉତ୍ତର) ରହିବା ଉଚିତ୍ ବୋଲି ସେ ଦାବି କରିଥିଲେ। 

Advertisment

ଏହାକୁ ଗୁରୁତର ସହ ନେଇ ସର୍ବୋଚ୍ଚ ଅଦାଲତ ଆଇଆଇଟି ଦିଲ୍ଲୀକୁ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ପରେ ସୁପ୍ରିମକୋର୍ଟ ଉକ୍ତ ପ୍ରଶ୍ନ ପାଇଁ ଗୋଟିଏ ଉତ୍ତର (ଅପ୍ସନ ନଂ୪) ଠିକ୍ ଏବଂ ଏହି ଅନୁସାରେ ପୁନଃ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସଂଶୋଧିତ ଫଳାଫଳ ପ୍ରକାଶ ପାଇଲେ ୪୪ ଜଣ ଛାତ୍ରଛାତ୍ରୀ ଟପ୍ପର ତାଲିକାରୁ ବାଦ୍ ପଡ଼ିବେ। କାରଣ ସେମାନଙ୍କର ୫ (ଉତ୍ତର ଭୁଲ୍ ପାଇଁ ୪  ଏବଂ ଗୋଟିଏ ନେଗେଟିଭ) ମାର୍କ କମିଯିବ।   

ଏଥିରେ ୪.୨ ଲକ୍ଷ ପରୀକ୍ଷାର୍ଥୀ ପ୍ରଭାବିତ ହେବେ, ସେମାନଙ୍କ ମଧ୍ୟରେ ୪୪ ଜଣ ୭୨୦ରୁ ୭୨୦ ମାର୍କ ରଖି ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ଅଛନ୍ତି।

ରିପୋର୍ଟ ଅନୁସାରେ, ୨୦୨୪ ମେଡିକାଲ ପ୍ରବେଶିକା ପରୀକ୍ଷାରେ ୨୪ ଲକ୍ଷ ୬ ହଜାର ୭୯ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩ ଲକ୍ଷ ୧୬ ହଜାର ୨୬୮ ଜଣ ପାସ୍ କରି ଥିବାବେଳେ ସରକାରୀ ମେଡିକାଲ କଲେଜରେ ଆସନ ରହିଛି ମାତ୍ର ୫୬,୦୦୦। 

ସଂଶୋଧିତ ଫଳାଫଳର ବଡ଼ ପ୍ରଭାବ ୫୦,୦୦୦ରୁ ୧ ଲକ୍ଷ ରାଙ୍କ ମଧ୍ୟରେ ଥିବା ପ୍ରାର୍ଥୀଙ୍କ ଉପରେ ପଡ଼ିବ, କାରଣ ୧୬,୦୦୦ରୁ ଅଧିକ ପ୍ରାର୍ଥୀ, ଯେଉଁମାନେ ପୂର୍ବରୁ ସରକାରୀ ମେଡିକାଲ କଲେଜରେ ଆସନ ଅର୍ଜନ କରିବାର ସମ୍ଭାବନା ଥିଲା, ସେମାନେ ଏଥିରୁ ବାଦ୍ ପଡିବାର ଆଶଙ୍କା ରହିଛି।

ଅବଶ୍ୟ ଟପ୍ପର ରାଙ୍କରୁ ଖସି ଆସିଥିବା ୪୪ ଜଣ ଛାତ୍ରଛାତ୍ରୀଙ୍କ ଉପରେ ବିଶେଷ ପ୍ରଭାବ ପଡ଼ି ନପାରେ, ତଥାପି ସେମାନଙ୍କୁ ପସନ୍ଦ ଅନୁସାରେ ସରକାରୀ ମେଡିକାଲ କଲେଜରେ ସ୍ଥାନ ପାଇବାରେ ସମସ୍ୟା ହୋଇପାରେ। 

NEET UG Row NEET-UG Revised Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe