Advertisment

NEET-PG ପାଇଁ ଘୋଷଣା ହେଲା ତାରିଖ, ୨ଟି ସିଫ୍ଟରେ ହେବ ପରୀକ୍ଷା

ନିଟ୍‌ର ୟୁଜି ପରୀକ୍ଷାରେ ଅନିୟମିତତା ଯୋଗୁ ଜୁନ ୨୨ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ପିଜି ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଥିଲା।

NEET

NEET

Advertisment

ନିଟ୍‌ ପେପର ଲିକ୍‌ ଅଭିଯୋଗ ମଧ୍ୟରେ ସ୍ଥଗିତ ରହିଥିବା ନିଟ୍‌-ପିଜି ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଅଗଷ୍ଟ ୧୧ ତାରିଖରେ ନିଟ୍‌ ପିଜି ପରୀକ୍ଷା ଅନୁଷ୍ଠିତ ହେବ।

Advertisment

ପୋଷ୍ଟଗ୍ରାଜ୍ୟୁଏଟ ମେଡିକାଲ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ ବୋଲି ନ୍ୟାଶନାଲ ବୋର୍ଡ ଅଫ ଏକଜାମିନେସନ୍ସ (ଏନବିଇ) ପକ୍ଷରୁ ଘୋଷଣା କରାଯାଇଛି।

ନିଟ୍‌ର ୟୁଜି ପରୀକ୍ଷାରେ ଅନିୟମିତତା ଯୋଗୁ ଜୁନ ୨୨ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ପିଜି ପରୀକ୍ଷାକୁ ସ୍ଥଗିତ କରି ଦିଆଯାଇଥିଲା। ଏହି ସମୟରେ କେନ୍ଦ୍ର ସରକାର କହିଥିଲେ ଯେ ପରବର୍ତ୍ତୀ ଅବସ୍ଥାରେ ତାରିଖ ଘୋଷଣା କରାଯିବ। ସେହି ଅନୁସାରେ ଏନବିଇ ଆଜି ପରୀକ୍ଷା ତାରିଖ ଘୋଷଣା କରାଯାଇଛି।

Advertisment

ଏନଟିଏ ପକ୍ଷରୁ ନିଟ୍‌ ୟୁଜି ପରୀକ୍ଷା କରାଯାଉଥିବା ବେଳେ ଏନବିଇ ଦୀର୍ଘ ୭ ବର୍ଷ ହେଲାଣି ନିଟ ପିଜି ପରୀକ୍ଷା ଆୟୋଜନ କରୁଛି। ନିଟ୍‌ ୟୁଜିକୁ ନେଇ ବିବାଦ ଦେଖାଯାଉଥିଲେ ହେଁ ପିଜି ପରୀକ୍ଷାରେ ଏଯାଏ କୌଣସି ପ୍ରକାରର ଅନିୟମିତତା ଅଭିଯୋଗ ଆସିନାହିଁ।

ବିଭିନ୍ନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ହେବାରୁ କିଛି ଦିନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନେ ସରକାରଙ୍କ ସାଇବର କ୍ରାଇମ ନିରୋଧ ସଂସ୍ଥା ସହ ଆଲୋଚନା କରିଥିଲେ। ଏହି ବୈଠକ ପରେ ନୂଆ ତାରିଖ ଘୋଷଣା କରାଯାଇଛି।

NEET NEET UG NEEt PG Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe