Advertisment

‘ପାଠ ପରେ ୨ ବର୍ଷ ସରକାରୀ ଚାକିରି କର, ନଚେତ ଷ୍ଟାଇପେଣ୍ଡର ଦୁଇ ଗୁଣା ଫେରାଅ’

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟର ସରକାରୀ ମେଡିକାଲ କଲେଜ ବା ସର୍ବଭାରତୀୟ ସ୍ତରୀୟ କୋଟାରେ MBBS ଓ BDS ପଢ଼ିବାକୁ ହେଲେ ନୂଆ ବଣ୍ଡ ଦାଖଲ କରିବାକୁ ପଡ଼ିବ।

ଅଦ୍ୟତନ ହୋଇଛି
Doctor

Doctor

Advertisment

ସରକାରୀ ମେଡିକାଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କଡ଼ାକଡ଼ି କରାଯାଇଛି ବଣ୍ଡ ନିୟମ। ପାଠ ପଢ଼ା ସରିବା ପରେ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ବାଧ୍ୟ। ନ ହେଲେ ପାଠପଢ଼ା ସମୟରେ ପାଇଥିବା ଷ୍ଟାଇପାଣ୍ଡେ ବା ଦରମାର ଦୁଇ ଗୁଣ ଟଙ୍କା ଦେବାକୁ ପଡ଼ିବ। ଏପରି କଡ଼ାକଡ଼ି ନିର୍ଦ୍ଦେଶାବଳୀ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । 

Advertisment

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟର ସରକାରୀ ମେଡିକାଲ କଲେଜ ବା ସର୍ବଭାରତୀୟ ସ୍ତରୀୟ କୋଟାରେ MBBS ଓ BDS ପଢ଼ିବାକୁ ହେଲେ ନୂଆ ବଣ୍ଡ ଦାଖଲ କରିବାକୁ ପଡ଼ିବ। ଏହି ବଣ୍ଡ ଅନୁସାରେ ପାଠ ପଢ଼ି ସାରିବା ପରେ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବାକୁ ପଡ଼ିବ। ବଣ୍ଡ ଦାଖଲ ନ କଲେ ନାଁ ଲେଖା ଯାଇପାରିବ ନାହିଁ। DMET ଏହା ସୁନିଶ୍ଚିତ କରିବେ।

ଯଦି ଦୁଇ ବର୍ଷ କାମ ନ କରିବେ, ତେବେ ପାଠ ପଢ଼ା ବେଳେ ପାଇଥିବା ଦରମା ଓ ଷ୍ଟାଇପେଣ୍ଡର ଦୁଇ ଗୁଣା ଟଙ୍କା ଦେବାକୁ ପଡ଼ିବ। ଯିଏ ଉଚ୍ଚ ଶିକ୍ଷା କରିବ, ତାଙ୍କ ପାଇଁ ବଣ୍ଡ ନିୟମ ଲାଗୁ ହେବନି। କିନ୍ତୁ ଉଚ୍ଚ ଶିକ୍ଷା ପରେ ସେ ଦୁଇ ବର୍ଷ ସରକାରୀ ହସ୍ପିଟାଲରେ କାମ କରିବେ। ଏଥିପାଇଁ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ।

Advertisment

ଡିଏମଇଟିଙ୍କଠାରୁ ବଣ୍ଡ ସଂପର୍କରେ କୌଣସି ସୂଚନା ନ ପାଇବା ପର୍ଯ୍ୟନ୍ତ ରାଜ୍ୟ ମେଡିକାଲ ପରିଷଦ NOC ଦେଇପାରିବ ନାହିଁ । ଯଦି ପାଠପଢ଼ାର ୬ ମାସରେ ଭିତରେ ସରକାର ଚାକିରି ଦେବାରେ ବିଫଳ ହେବେ, ତା’ ହେଲେ ବଣ୍ଡ ସର୍ତ୍ତାବଳୀ ରଦ୍ଦ ହେବ।

ଓଡ଼ିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ଅନୁସାରେ, ପଂଜୀକୃତ ହୋଇଥିବା ଘରୋଇ ଅନୁଷ୍ଠାନ ମଧ୍ୟ ସତ୍ୟପାଠ ବିନା ସଂପୃକ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେଇପାରିବେ ନାହିଁ। ଯିଏ କୋର୍ସ ସରିବା ପୂର୍ବରୁ ପାଠ ଛାଡ଼ିବ, ସେ ୧୦ ଲକ୍ଷ ଟଙ୍କା ଦେବେ କିମ୍ବା ଷ୍ଟାଇପେଣ୍ଡ ଫେରାଇବେ। ଯଦି ନ ଦେବେ ତେବେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଏପରି ନିୟମ ଆଣି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରତି ସରକାର କଠୋର ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ଡିଏମଇଟି।

ଏନେଇ ସେ କହିଛନ୍ତି, 'ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ। ଦୁଇ ଗୁଣା ଜରିମାନା କଠୋର ନିୟମ ନୁହେଁ ବୋଲି କହିଛନ୍ତି ଡିଏମଇଟି । 

ସରକାରଙ୍କର କେବେ ବି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରତି କଠୋର ମନୋଭାବ ନାହିଁ। ଗୋଟିଏ ଗୋଟିଏ ରାଜ୍ୟରେ ୫ରୁ ୧୦ ବର୍ଷ ପର୍ଯ୍ୟନ୍ତର ବଣ୍ଡ ବ୍ୟବସ୍ଥା ରହିଛି। ମାତ୍ର ଓଡ଼ିଶାରେ ଏହାକୁ ସର୍ବନିମ୍ନ ରଖାଯାଇଛି। ରାଜ୍ୟର ଜନସାଧାରଣଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଏପରି ବ୍ୟବସ୍ଥା କରାଯାଇଛି ବୋଲି ମତ ରଖିଛନ୍ତି ଡିଏମଇଟି ।

ଏଥିସହ ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଡାକ୍ତରଙ୍କ ଅଭାବ ଆଗ ପରି ନାହିଁ। ମାତ୍ର ସ୍ପେସାଲିଷ୍ଟ ପଦବୀରେ ଅଭାବ ରହୁଛି। ଏହି ନିୟମ ଦ୍ୱାରା ଏ ସ୍ପେସାଲିଷ୍ଟ ଅଭାବକୁ ବହୁ ମାତ୍ରାରେ ପୂରଣ କରି ହେବ ।

ଘରୋଇ ହସ୍ପିଟାଲମାନଙ୍କୁ ମଧ୍ୟ ଏଥିପ୍ରତି ନୋଟିସ ଜାରି କରାଯିବ । ସେଠାରେ କାର୍ଯ୍ୟରତ ଥିବା ଡାକ୍ତରମାନେ ମଧ୍ୟ ୨ ବର୍ଷ ସରକାରୀ ହସ୍ପିଟାଲରେ କାମ କରି ଘରୋଇ ହସ୍ପିଟାଲରେ ଯୋଗ ଦେଇଥିବା ଜଣାଇବେ।

Bhubaneswar New Medical Rule
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe