Advertisment

NEET-UG ବିବାଦ ଉପରେ ସୁପ୍ରିମ୍ ରାୟ, ପୁନଃପରୀକ୍ଷା ହେବନି

ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଦର୍ଶାଇ ପୁନଃପରୀକ୍ଷା କରିବାକୁ ଦାବି ହୋଇଥିଲା।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

NEET-UG ପରୀକ୍ଷା ବିବାଦ ଉପରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ପୁନଃପରୀକ୍ଷା କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଦର୍ଶାଇ ପୁନଃପରୀକ୍ଷା କରିବାକୁ ଦାବି କରାଯାଇଥିଲା।

Advertisment

ଆଜି ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ବିଚାର କରି ପୁନଃପରୀକ୍ଷା ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ପୁନଃ ପରୀକ୍ଷା ହେଲେ 24 ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣି କରିଥିଲେ। ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ଏବଂ IIT ମାଡ୍ରାସ ଯେଉଁ ଯାଞ୍ଚ ରିପୋର୍ଟ ଦାଖଲ କରିଛନ୍ତି, ସେଥିରେ ବ୍ୟାପକ ପ୍ରଶ୍ନପତ୍ର ଲିକ୍ ହୋଇଥିବାର ପ୍ରମାଣ ନାହିଁ।

Advertisment

ପ୍ରକାଶ ଥାଉକି, ଚଳିତ ବର୍ଷର NEET-UG ପରୀକ୍ଷା ମେ 5ରେ ଅନୁଷ୍ଠିତ ହୋଇଥିଲା। ଜୁନ୍ 4ରେ ଫଳାଫଳ ପ୍ରକାଶ ପାଇଥିଲା। ରେଜଲ୍ଟ ବାହାରିବା ପରେ ହିଁ ସୃଷ୍ଟି ହୋଇଥିଲା ବିବାଦ। କିଛି ଛାତ୍ରଛାତ୍ରୀ 720ରୁ ପୂର୍ଣ୍ଣ ମାର୍କ ରଖି ପାସ୍ କରିବା ଏବଂ କେତେକ ରାଜ୍ୟର ପିଲା ଗୁଜରାଟର ନିର୍ଦ୍ଦିଷ୍ଟ କିଛି ସେଣ୍ଟର ଚୟନ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। 

ଏହାକୁ ନେଇ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଦର୍ଶାଇ ଆନ୍ଦୋଳକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ। ପୁଣି ଥରେ ନିଟ୍ ପରିକ୍ଷା କରାଇବାକୁ ଦାବି କରା ଯାଇଥିଲା। ଏହାପରେ ଟେଷ୍ଟିଂ ଏଜେନ୍ସି ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଥିଲା। ସିବିଆଇ ଏବଂ IIT ମାଡ୍ରାସ ଯାଞ୍ଚ କରିବା ପରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟ ଆଧାରରେ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ।  

Supreme Court NEET UG 2024 Row
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe