Advertisment

‘ସୁରୁଖୁରୁରେ ଚାଲିଛି ମାଟ୍ରିକ ପରୀକ୍ଷା, ଲିକ୍ ହୋଇନି ପ୍ରଶ୍ନପତ୍ର’

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, କୌଣସି ପ୍ରଶ୍ନପତ୍ର ଲିକ୍ ହୋଇ ନାହିଁ। ଇଂରାଜୀ ପରୀକ୍ଷାକୁ ୨୪ ଘଣ୍ଟା ବିତି ସାରିଥିଲେ ବି ଆମ ପାଖକୁ କୌଣସି ଅଭିଯୋଗ ଆସିନି।

Matric Exam

Matric Exam

Advertisment

‘ମାଟ୍ରିକ ପରୀକ୍ଷା ସୁରୁଖୁରୁରେ ଚାଲିଛି। କୌଣସି ପ୍ରଶ୍ନପତ୍ର ଲିକ୍ ହୋଇ ନାହିଁ। ବିଭ୍ରାନ୍ତ କରିବାକୁ କେହି ଏଭଳି କରିଛି।’ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ।

Advertisment

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, କୌଣସି ପ୍ରଶ୍ନପତ୍ର ଲିକ୍ ହୋଇ ନାହିଁ। ଇଂରାଜୀ ପରୀକ୍ଷାକୁ ୨୪ ଘଣ୍ଟା ବିତି ସାରିଥିଲେ ବି ଆମ ପାଖକୁ କୌଣସି ଅଭିଯୋଗ ଆସିନି। ବିଭ୍ରାନ୍ତ କରିବାକୁ କେହି ଏଭଳି ଚକ୍ରାନ୍ତ କରିଛି।

ସେ କହିଛନ୍ତି, କିଛି ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା AIରୁ ଧରାପଡ଼ିଛି । ଧରାପଡ଼ିଥିବା ତ୍ରୁଟିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିସ ହୋଇଛି । ଏନେଇ ପରୀକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚରାଉଚରା କରାଯିବାରୁ ସେମାନେ ଭୁଲ୍ ଜାଣିପାରିନଥିବା କହିଛନ୍ତି । ସେମାନଙ୍କୁ ଅଧିକ ସଚେତନ କରାଯିବ, ଅଣ୍ଡରଟେକିଂ ରଖାଯିବ । ଅଣ୍ଡରଟେକିଂ ରଖାଯାଇ ଆବଶ୍ୟକସ୍ଥଳେ ପରୀକ୍ଷାରେ ନିୟୋଜିତ କରାଯିବ ।

Advertisment

ଗତକାଲି ମାଟ୍ରିକ ପରୀକ୍ଷାର୍ଥୀମାନେ ଇଂରାଜୀ ବିଷୟରେ ପରୀକ୍ଷା ଦେଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭ୍ରାଟ ଓ ତ୍ରୁଟି ହୋଇଥିବା ଘଟଣା ସାମନାକୁ ଆସିଥିଲା । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପରୀକ୍ଷା ଆରମ୍ଭ ପୂର୍ବରୁ ଏଭଳି ପ୍ରଶ୍ନପତ୍ର ବୁଲିଥିବା ସୂଚନା ମିଳିଥିଲା। ଏହି ଅଭିଯୋଗ ପରେ କେନ୍ଦୁଝର ସାହରପଡ଼ା ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ବଦଳିଥିବା ନେଇ ସୂଚନା ମିଳିଛି। ଏପଟେ ହାଟଡିହି ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ବଦଳାଇବାକୁ ସୁପାରିସ୍ ହୋଇଥିବା ସୂଚନା ମିଳିଛି। 

ଏହାବାଦ ଭଦ୍ରକର ମଦନମୋହନ ହାଇସ୍କୁଲ, ଯାଜପୁର ଗୋବିନ୍ଦ ଚନ୍ଦ୍ର ହାଇସ୍କୁଲ,  ଭଦ୍ରକର ବନ୍ଧଗାଁ ନୋଡାଲ ହାଇସ୍କୁଲ, ଯାଜପୁରର ପଲାଇ ହାଇସ୍କୁଲ, ନବରଂଗପୁର ଡାବୁଗାଁ ସ୍ଥିତ ସରକାରୀ ୟୁଜି ହାଇସ୍କୁଲ ଓ ଗଜପତି ଆର. ଉଦୟଗିରିର ସରକାରୀ ହାଇସ୍କୁଲରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି

Matric Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe