Advertisment

ବୁର୍ଲା VSSUT ପରିସରକୁ ଗାଡ଼ି ମନା

VSSUT ହଷ୍ଟେଲ୍ ପରିସରରେ ବି ଏହି ନିୟମ ଲାଗୁ ହୋଇଛି।

author-image
Jitendra Garnayak
VSSUT

VSSUT

ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT) କ୍ୟାମ୍ପସ ପରିସରରେ ଯାନବାହନ ଚଳାଚଳକୁ ମନା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଲଗାଇଛନ୍ତି ଏହି କଟକଣା। ଉଭୟ ଦୁଇ ଓ ଚାରି ଚକିଆ ଗାଡ଼ି ଚଳାଚଳ ଉପରେ ଲଗାଯାଇଛି କଟକଣା।

Advertisment

VSSUT ହଷ୍ଟେଲ୍ ପରିସରରେ ବି ଏହି ନିୟମ ଲାଗୁ ହୋଇଛି। କୌଣସି ଅନ୍ତେବାସୀ ନା ଗାଡ଼ି ରଖିପାରିବେ ନା ତା’ ଭିତରେ ଚଲେଇପାରିବେ।

ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି କଡ଼ା ପଦକ୍ଷେପ ନେଇଛନ୍ତି। ନିୟମ ଉଲ୍ଳଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି VSSUT କୁଳପତି।

Advertisment
VSSUT