Advertisment

ପ୍ରବଳ ଥଣ୍ଡା, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲ ଛୁଟି

ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଅନୁଭୂତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

author-image
Hemant Lenka
School

school

ଦେଶର ରାଜଧାନୀ ଦିଲ୍ଲୀ ଉପକଣ୍ଠ ନୋଏଡାରେ ଶୀତର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ଆଜି ଜିଲ୍ଲା ମାଜିଷ୍ଟ୍ରେଡ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ୮ମ ଶ୍ରେଣୀ ଯାଏ ସବୁ ବୋର୍ଡର ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।

Advertisment

ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍କୁଲ ଗୁଡ଼ିକ ବନ୍ଦ ରହିବ ବୋଲି ମାଜିଷ୍ଟ୍ରେଟ କହିଛନ୍ତି। ଜାନୁଆରୀ ୨ରୁ ଏହା କାର୍ଯ୍ୟକାରୀ ହୋଇଛି। ନୋଏଡାରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଅନୁଭୂତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ସ୍କୁଲ ଛୁଟି ନିର୍ଦ୍ଦେଶ ସମସ୍ତ ରାଜ୍ୟ ବୋର୍ଡ, ସିବିଏସ୍‌ଇ, ଆଇସିଏସଇ ଓ ଅନ୍ୟ ସମସ୍ତ ବୋର୍ଡ ପାଇଁ ଲାଗୁ ହେବ। ଜିଲ୍ଲା ବେସିକ ଏଡୁକେସନ ଅଫିସର ରାହୁଲ ପନୱାର ଏ ସମ୍ପର୍କରେ ସମସ୍ତ ସ୍କୁଲର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଏ

Advertisment

ଥିରେ କୁହାଯାଇଛି ଯେ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଉଲ୍ଲଙ୍ଘନ କଲେ ଜିଲ୍ଲା ପ୍ରଶାସନ ଉକ୍ତ ଶିକ୍ଷାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

School Noida