Advertisment

ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା ଦେବା ବାଧ୍ୟତାମୂଳକ ନୁହେଁ

ବର୍ଷକ ମଧ୍ୟରେ ବୋର୍ଡ ପରୀକ୍ଷା ପାଇଁ ପିଲାମାନଙ୍କୁ ଗୋଟିଏ ସୁଯୋଗ ମିଳୁଥିବାରୁ ସେମାନେ ଅତ୍ୟଧିକ ଚାପରେ ରହୁଛନ୍ତି। ଏହାକୁ ଦୂର କରିବା ପାଇଁ ଦୁଇଟି ବୋର୍ଡ ପରୀକ୍ଷାର ବ୍ୟବସ୍ଥା କରାଯାଇଛି।

DP

DP

Advertisment

ଗୋଟିଏ ବର୍ଷରେ ଦୁଇ ଥର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବ୍ୟବସ୍ଥା ରହିଛି। କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ। ପିଲାମାନେ ଚାହିଁଲେ ନିଜ ପସନ୍ଦ ଅନୁସାରେ ଗୋଟିଏ ଥର ବୋର୍ଡ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Advertisment

ବର୍ଷକ ମଧ୍ୟରେ ବୋର୍ଡ ପରୀକ୍ଷା ପାଇଁ ପିଲାମାନଙ୍କୁ ଗୋଟିଏ ସୁଯୋଗ ମିଳୁଥିବାରୁ ସେମାନେ ଅତ୍ୟଧିକ ଚାପରେ ରହୁଛନ୍ତି। ଏହାକୁ ଦୂର କରିବା ପାଇଁ ଦୁଇଟି ବୋର୍ଡ ପରୀକ୍ଷାର ବ୍ୟବସ୍ଥା କରାଯାଇଛି।

ପିଟିଆଇକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଠିକ୍‌ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ଭଳି ପିଲାମାନଙ୍କ ପାଖରେ ବର୍ଷକ ମଧ୍ୟରେ ଦୁଇ ଥର ବୋର୍ଡ ପରୀକ୍ଷା ଦେବାର ବିକଳ୍ପ ରହିବ। ସେମାନେ ସର୍ବଶ୍ରେଷ୍ଠ ମାର୍କକୁ ଚୟନ କରିପାରିବେ।

Advertisment

କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଅପସନାଲ। ଏହା ଆଦୌ ବାଧ୍ୟତାମୂଳକ ନୁହେଁ। ପିଲାମାନେ ସବୁବେଳେ ଭାବନ୍ତି ଯେ ଗୋଟିଏ ବର୍ଷ ନଷ୍ଟ ହେଇଗଲା। ସେମାନଙ୍କୁ ଆଉ ସୁଯୋଗ ମିଳିବ ନାହିଁ। ସେମାନେ ଆହୁରି ଭଲ ପ୍ରଦର୍ଶନ କରିପାରିଥାଆନ୍ତେ ଇତ୍ୟାଦି। ଏସବୁ କଥା ଭାବି ଚାପ ଅନୁଭବ କରନ୍ତି। ତେଣୁ ଗୋଟିଏ ପରୀକ୍ଷାର ଚାପକୁ ହ୍ରାସ କରିବା ପାଇଁ ନୂଆ ବିକଳ୍ପ ଲାଗୁ କରାଯାଇଛି।

ଯଦି ଜଣେ ପିଲା ନିଜ ପାଠପଢ଼ାକୁ ନେଇ ସନ୍ତୁଷ୍ଟ ଅଛନ୍ତି ଓ ସେ ରଖିଥିବା ମାର୍କରେ ସେ ଖୁସି ଅଛନ୍ତି, ତା’ହେଲେ ସେ ଦ୍ୱିତୀୟ ପରୀକ୍ଷା ଚାହିଁଲେ ଦେଇ ପାରିବେ ନାହିଁ। କିଛି ବି ବାଧ୍ୟତାମୂଳକ ନୁହେଁ।”

ଅଗଷ୍ଟ ମାସରେ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂଅ ପାଠ୍ୟ ଖସଡ଼ାରେ ଏଣିକି ପିଲାମାନେ ବର୍ଷକୁ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦୁଇ ଥର ଦେଇପାରିବେ ବୋଲି କୁହାଯାଇଥିଲା।

Education Exam Notification Dharmendra Pradhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe