Advertisment

OTET ପାଇଁ ବିଜ୍ଞପ୍ତି ପ୍ରକାଶ, ଜାଣନ୍ତୁ କେବେ ହେବ ପରୀକ୍ଷା

ଆସନ୍ତା ୨୪ରୁ OTET ପାଇଁ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

author-image
Jitendra Garnayak
 Exam

Exam

ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା OTET ୨୦୨୪ ପାଇଁ ଆଜି ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

Advertisment

ଆସନ୍ତା ୨୪ରୁ OTET ପାଇଁ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜୁଲାଇ ୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିବ। ପ୍ରାର୍ଥୀମାନେ www.bseodisha.ac.inକୁ ଯାଇ ଅନଲାଇନ୍ ଆବେଦନ କରିପାରିବେ।

ଅଗଷ୍ଟ ୨ ତାରିଖରେ ପ୍ରାର୍ଥୀମାନେ ଆଡମିଟ୍ କାର୍ଡ ପାଇବେ। ଅଗଷ୍ଟ ୯ ତାରିଖରେ ପରୀକ୍ଷା ହେବ। ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ହେବ। ସେହିପରି ଦ୍ୱିତୀୟ ପେପର ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ହେବ। 

Advertisment
OTET