ସ୍କୁଲ ଆସିବେ ସବୁ ମା’, ପଢ଼ିବେ ପାଠ: ସରକାର ଜାରି କଲେ ଗାଇଡଲାଇନ୍

ସ୍କୁଲରେ ଶିକ୍ଷମାନଙ୍କୁ ତଥା ଘରେ ପିଲାମାନଙ୍କୁ ସହଯୋଗର ହାତ ବଢ଼ାଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ମା’ମାନଙ୍କ ବୈଠକ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଶିଶୁର ପ୍ରଥମ ଗୁରୁ ପିତାମାତା ।

School PhotoOR

ହାଣ୍ଡିଶାଳ ବୁଝୁଥିଲେ, ଏବେ ସ୍କୁଲରେ ପାଠ ପଢ଼ାଉଛନ୍ତି

Ordigital Desk
  • Published: Saturday, 23 September 2023
  • Updated: 23 September 2023, 10:48 PM IST

ଏଣିକି ଗାଁ ଗହଳିଠୁ ଆରମ୍ଭ କରି ସହରରେ ଥିବା ସବୁ ସରକାରୀ ପ୍ରାଥମିକ ସ୍କୁଲରେ ମା’ମାନେ ପାଠ ପଢ଼ିବେ । ପ୍ରତି ୨ମାସରେ ଥରେ ସ୍କୁଲରେ ମା’ମାନଙ୍କ ବୈଠକ କରି ସେମାନେ କିଭଳି ନିଜର ପିଲାଙ୍କ ଦକ୍ଷତା ବିକାଶ କରିପାରିବେ ଓ ସରଳ ଭାବେ ମିଶାଣ-ଫେଡ଼ାଣ ସହ ବିଭିନ୍ନ ପ୍ରକାରର ଫୁଲ,ଫଳ, ଋତୁ ଆଦି ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ ସେ ସମ୍ପର୍କରେ ସେମାନଙ୍କୁ ପ୍ରଶିକ୍ଷିତ କରାଯିବ । ଆଉ ମା’ମାନେ ଯେଭଳି ନିଶ୍ଚିତ ଭାବେ ଏହି ବୈଠକକୁ ଆସିବେ ତାହା ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସୁନିଶ୍ଚିତ କରିବେ । କେବଳ ପ୍ରଥମରୁ ତୃତୀୟ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କ ମା’ମାନେ ଏହି ବୈଠକକୁ ଆସିବେ । ଏଭଳି କିଛି ଗାଇଡଲାଇନ୍ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି । ତେବେ ନିର୍ବାଚନୀ ବର୍ଷରେ କୁନିକୁନି ପିଲାଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ବୃଦ୍ଧି ଆଳରେ ପ୍ରତି ଦୁଇମାସରେ ମା’ମାନଙ୍କ ବୈଠକ ଡାକିବା ପରୋକ୍ଷରେ ମହିଳାଙ୍କୁ ରାଜ୍ୟ ସରକାର ଦେଉଥିବା ଅଗ୍ରାଧିକାରକୁ ନେଇ ଗାଁ ଗାଁରେ ମାହୋଲ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା । ସରକାରୀ ପ୍ରାଥମିକ ସ୍କୁଲରେ ମା’ମାନଙ୍କ ବୈଠକ ବା ମାତୃ ସମ୍ମିଳନୀ ପ୍ରଥମଥର ପାଇଁ ଆୟୋଜନ ହେଉଛି ।

ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି(ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ବୃଦ୍ଧି ଦିଗରେ ପିତାମାତାଙ୍କ ଭୂମିକାକୁ ନେଇ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଯେଉଁ ସରକାରୀ ସ୍କୁଲରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି ସେଠାରେ ନିଶ୍ଚିତ ଭାବେ ମା’ମାନଙ୍କ ବୈଠକ ପ୍ରତି ଦୁଇମାସରେ କରାଯିବ । 

ସ୍କୁଲରେ ଶିକ୍ଷମାନଙ୍କୁ ତଥା ଘରେ ପିଲାମାନଙ୍କୁ ସହଯୋଗର ହାତ ବଢ଼ାଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ମା’ମାନଙ୍କ ବୈଠକ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଶିଶୁର ପ୍ରଥମ ଗୁରୁ ପିତାମାତା । ପ୍ରତ୍ୟେକ ପିତାମାତା ନିଜ ପିଲାର ଭାଷାଗତ ଓ ଗାଣିତିକ ଦକ୍ଷତା ବୃଦ୍ଧି କରିବା ଦିଗରେ କିଭଳି ସକ୍ଷମ ହୋଇପାରିବେ ତା’ର ଉପାୟ ସରକାର ଜଣାଇବେ । ମା’ମାନଙ୍କ ସହ ବୈଠକବେଳେ କ’ଣ ସବୁ ଆଲୋଚନା ହେବ, ମା’ମାନଙ୍କୁ କେଉଁସବୁ ପ୍ରସଙ୍ଗରେ ପ୍ରଶିକ୍ଷିତ କରାଯିବ ତା’ର ଏକ ବିସ୍ତ୍‌ୃତ ତାଲିକା ସରକାରଙ୍କ ପକ୍ଷରୁ ଦିଆଯାଇଛି । ମା’ମାନଙ୍କର ଉପସ୍ଥିତ ସୁନିଶ୍ଚିତ କରିବା ପାଇଁ ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦ୍ୱାରା, ପିଲାମାନଙ୍କ ଦ୍ୱାରା ମା’ମାନଙ୍କୁ ପ୍ରଧାନଶିକ୍ଷକ ସୂଚନା ଦେବେ । ଏପରିକି ହ୍ୱାଟସଅପ୍ ଗ୍ରୁପ୍ ଗଠନ କରି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବାକୁ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଧିଷ୍ଟ ସନ୍ଦେଶ ମଧ୍ୟ ପ୍ରଦାନ କରାଯାଇଛି । ନିର୍ଦ୍ଧାରିତ ତାରିଖର ଶେଷ ଦୁଇ ପିରିୟଡ଼ରେ ମା’ମାନଙ୍କ ବୈଠକ କରି ଏସବୁ ପ୍ରସଙ୍ଗରେ ପ୍ରଶିକ୍ଷିତ କରାଯିବ । ପିଲାମାନଙ୍କୁ ଓ ସ୍କୁଲକୁ ଦିଆଯାଇଥିବା ପୁସ୍ତିକା, ଶିକ୍ଷଣ ସାମଗ୍ରୀଗୁଡ଼ିକୁ ଦେଖାଇବା ସହ ଏହା ପିଲାମାନଙ୍କର କିଭଳି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲରେ ସହାୟକ ହେବ ତାହା ଶିକ୍ଷକମାନେ ମା’ମାନଙ୍କୁ ଜଣାଇବେ ।

Also Read

ପିଲାମାନଙ୍କ ସହିତ ସେମାନଙ୍କର ଅଭିଜ୍ଞତା ବିଷୟରେ ଗୋଟିଏ ଅବା ଦୁଇ ମିନିଟ୍ କହିବାକୁ ମା’ମାନେ ସେହି ବୈଠକରେ ଚେଷ୍ଟା କରିବେ । ମା’ମାନେ ରାନ୍ଧିବାବେଳେ ଯେଉଁ ସବୁ ସାମଗ୍ରୀର ଉପଯୋଗ କରୁଛନ୍ତି ତା’ର ନାଁ, ଏହାର ବ୍ୟବହାର ଓ ସେହି ପଦାର୍ଥ ଅବା ଜିନିଷ ସମ୍ପର୍କରେ ନିଜ ପିଲାଙ୍କୁ ଅବଗତ କରିବେ । ଝୋଟି ଆଙ୍କିବା, ଚିତ୍ର କରିବା, ପରିବାର ସଦସ୍ୟଙ୍କ ସମ୍ପର୍କରେ ଜଣାଇବା ସହ ଅନେକ ଦିଗ ସମ୍ପର୍କରେ ପିଲାମାନଙ୍କୁ କିଭଳି ଅବଗତ କରାଇବେ ତାହା ସ୍କୁଲଗୁଡ଼ିକରେ ସେମାନଙ୍କୁ ଏହି ବୈଠକ ମାଧ୍ୟମରେ ଅବଗତ କରାଯିବ ।

ଚଳିତମାସ ୯ତାରିଖରେ ପ୍ରଥମ ବୈଠକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ପ୍ରାଥମିକ ସ୍କୁଲ ଶିକ୍ଷକମାନଙ୍କ ଆନ୍ଦୋଳନ ଯୋଗୁ ତାହା ସମ୍ଭବପର ହୋଇପାରିନଥିଲା । ଆସନ୍ତା ଅକ୍ଟୋବର ମାସରେ ରାଜ୍ୟବ୍ୟାପୀ ସମସ୍ତ ପ୍ରାଥମିକ ସ୍କୁଲରେ ମା’ମାନଙ୍କ ବୈଠକ ଅନୁଷ୍ଠିତ ହେବ । ଏହାର ଭଡ଼ିଓ ଓ ଫଟୋ ଉତ୍ତୋଳନ କରି ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ପଠାଇବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ମା’ମାନଙ୍କ ଏହି ବୈଠକ ଅକ୍ଟୋବର, ଜାନୁୟାରୀ ଓ ମାର୍ଚ୍ଚ ମାସରେ ହେବ ।

ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ପିଲାମାନଙ୍କ ମୌଳିକ ସାକ୍ଷରତା ଓ ଗାଣିତିକି ଜ୍ଞାନ ବୃଦ୍ଧି ଉପରେ ଜାତୀୟ ଶିକ୍ଷା ନୀତି-୨୦୨୦ରେ ଗୁରୁତ୍ୱ ଦିଆଯାଇଛି । ଏହି ଦକ୍ଷତାକୁ ଶିଶୁ ଶ୍ରେଣୀରୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସମନ୍ୱୟରେ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ୨୦୨୬-୨୭ ସୁଦ୍ଧା ତୃତୀୟ ଶ୍ରେଣୀ ପାଠ ଶେଷ କରିଥିବା ସବୁ ପିଲା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ସମସ୍ତ କୌଶଳ ହାସଲ କରିବେ । ଫଳରେ ପରବର୍ତ୍ତୀ ଶ୍ରେଣୀରେ ପାଠ ବୁଝିବାରେ ପିଲାର ଅସୁବିଧା ହେବନି । ମୌଳିକ ସାକ୍ଷାରତାରେ ପିଲାଟିଏ ସ୍ପଷ୍ଟ ଭାବେ କଥା କହିବା ସହ, ଅକ୍ଷର ଚିହ୍ନି ବିନା ବାଧାରେ ପଢ଼ିପାରିବ,  ବୁଝିପାରିବ ଓ ନିଜ କଥା ଓ ବିଚାରକୁ ଲେଖି ପରିପ୍ରକାଶ କରିପାରିବ ।

ସେହିପରି ମୌଳିକ ସଂଖ୍ୟା ଜ୍ଞାନ ହାସଲରେ ପିଲାଟି ଛୋଟ ଓ ବଡ଼, କମ୍ ଓ ବେଶୀ ଆଦି ପ୍ରାକ୍ ସଂଖ୍ୟା ଜାଣିବା ସହ ଛୋଟଛୋଟ ମିଶାଣ,ଫେଡ଼ାଣ ଆଦି କରିପାରିବ । ବିଭିନ୍ନ ଆକୃତି ଓ ଛୋଟଛୋଟ ଜିନିଷର ମାପ କରିପାରିବ ବୋଲି ଏହି ଦକ୍ଷତା ହାସଲ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଭୟ ପିଲା ଓ ଶିକ୍ଷକଙ୍କୁ ସ୍ୱତନ୍ତ୍ର ପୁସ୍ତିକା ସହ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇ ସ୍କୁଲରେ ବଂଟନ କରାଯାଇଛି ।

ତେବେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬ମାସ ବାକି ଥିବାବେଳେ ସଂସଦରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ବିଲର ଶ୍ରେୟ ନେବାକୁ ଉଭୟ ବିଜେପି ଓ ବିଜେଡି ନିଜର ପ୍ରୟାସ ଜୋରଦାର କରିଥିବାବେଳେ ଗାଁ ଗହଳିରେ ପ୍ରାଥମିକ ସ୍କୁଲଗୁଡ଼ିକରେ ପ୍ରତି ଦୁଇମାସରେ ମା’ମାନଙ୍କ ବୈଠକ ଡକାଯିବା କେତେ ଫଳପ୍ରଦ ହେଉଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ପ୍ରାୟ ୫୭ହଜାର ସରକାରୀ ପ୍ରାଥମିକ ସ୍କୁଲ ମଧ୍ୟରୁ ପ୍ରାୟ ୩୬୫୦୦ ସରକାରୀ ପ୍ରାଥମିକ ସ୍କୁଲରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story