Advertisment

ଆଜି ଜନ୍ମମାଟିରେ ପହଞ୍ଚିବ ଶହୀଦ ଯବାନ ସୁଶାନ୍ତଙ୍କ ପାର୍ଥିବ ଶରୀର

ସୁଶାନ୍ତ ୨୦୧୧ ମସିହାରୁ ସିଆରପିଏଫ୍ ଯବାନ୍ ଭାବେ ନିଯୁକ୍ତି ପାଇଥିଲେ।

ଅଦ୍ୟତନ ହୋଇଛି
crpf-jawan

crpf-jawan

Advertisment

ଆଜି ଜନ୍ମମାଟିରେ ପହଞ୍ଚିବ ଶହୀଦ ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର। ସିଧାସଳଖ କେନ୍ଦୁଝର ଆନନ୍ଦପୁର ସ୍ଥିତ ଜନ୍ମମାଟିକୁ ନିଆଯିବ ସୁଶାନ୍ତଙ୍କ ପାର୍ଥିବ ଶରୀର। ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନ ପାଇଁ  ପରିବାର ବର୍ଗ ଓ ଆତ୍ମିୟସ୍ୱଜନ ଚାହିଁ ବସିଛି। ଆଜି ମର ଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ।

Advertisment

ଗତକାଲି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପିରେ ନକ୍ସଲଙ୍କ ଆକ୍ରମଣରେ ସୁଶାନ୍ତ ସହିଦ ହୋଇଥିଲେ। ଯବାନମାନେ କମ୍ବିଂ ସାରି ଫେରୁଥିବା ସମୟରେ ନକ୍ସଲମାନେ ଆମ୍ବୁସ ଲଗାଇ ଆକ୍ରମଣ କରିଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା।

ସୁଶାନ୍ତ ୨୦୧୧ ମସିହାରୁ ସିଆରପିଏଫ୍ ଯବାନ୍ ଭାବେ ନିଯୁକ୍ତି ପାଇଥିଲେ। ଦୁଇ ମାସ ତଳେ ସେ ବିବାହ କରିଥିଲେ। ଏଏନ୍‌ଏମ୍ ଚାକିରି କରୁଥିବା ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ରହନ୍ତି।

Advertisment

ସୁଶାନ୍ତଙ୍କ ଦେହାନ୍ତଙ୍କୁ ମିଶାଇ ମାତ୍ର ୩ବର୍ଷ ମଧ୍ୟରେ ତାଙ୍କ ବାପା ଏବଂ ଦୁଇ ଭାଇଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି। ଏବେ ଘରେ ମୁରବୀ କହିଲେ କେହି ନାହାନ୍ତି।୨୦୨୦ ଫେବୃୟାରୀ ୭ରେ ସୁଶାନ୍ତଙ୍କ ବାପା ଆତୁଳ ଖୁଣ୍ଟିଆଙ୍କ ପରଲୋକ ହୋଇଥିଲା। ୨୦୨୨ରେ କ୍ୟାନସରରେ ପ୍ରାଣ ହରାଇଥିଲେ ସୁଶାନ୍ତଙ୍କ ମଝିଆଁ ଭାଇ। ଚଳିତବର୍ଷ ଜାନୁଆରୀ ମାସରେ ପ୍ରାଣ ହରାଇଥିଲେ ତାଙ୍କ ବଡ଼ଭାଇ। ତାଙ୍କ ବଡ଼ଭାଇ ଜାମସେଦପୁରରେ ଚାକିରି କରୁଥିଲେ। ଏବେ ସୁଶାନ୍ତଙ୍କ ପରିବାର ଲୋକ କହିଲେ ତାଙ୍କ ମା’, ପତ୍ନୀ, ବଡ଼ ଭାଉଜ ଓ ବଡ଼ଭାଇଙ୍କ ପୁଅ। ସୁଶାନ୍ତଙ୍କ ମା’ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି। ଚିକିତ୍ସାଧୀନ ମା’ଙ୍କ ପାଖରେ ଅଛନ୍ତି ସୁଶାନ୍ତଙ୍କର ଜଣେ ଭଉଣୀ।

Naxal Attack CRPF Crpf Jawan Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe