‘ମେ\' 15 ଭିତରେ ରେଜଲ୍ଟ’ | Odisha Reporter
Advertisment
ମେ’ ୧୫ ଭିତରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ। ଆଜି ଏହି ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ। ନିର୍ବାଚନକୁ ଦୃଷ୍ଟିରେ ରଖି ମେ’ ୧୫ ତାରିଖ ଭିତରେ ରେଜଲ୍ଟ ବାହାର କରାଯିବ ବୋଲି CHSE ପରୀକ୍ଷା ନିୟନ୍ତ୍ରକ କହିଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୨୦ ତାରିଖରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସରିବ। ପରୀକ୍ଷା ସରିବାର ଦୁଇ ଦିନ ପରେ କିମ୍ବା ମାର୍ଚ୍ଚ ୨୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us