ନିଷ୍ପେଷିତ ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ମିଳୁନି ସହାୟତା: ଜିଲ୍ଲାରେ ପଡ଼ି ରହିଛି ଶହ ଶହ ଆବେଦନ

ରାଜ୍ୟରେ ଗରିବ ଓ ନିଷ୍ପେଷିତ ବର୍ଗର ପିଲାମାନଙ୍କୁ ‘ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା’ରେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାର ପ୍ରାବଧାନ ରହିଛି ।

Lok Seva Bhawan PhotoOR

ଲୋକସେବା ଭବନ

Ordigital Desk
  • Published: Monday, 30 October 2023
  • Updated: 30 October 2023, 10:15 PM IST

Sports

Latest News

ପ୍ରତିକୂଳ ପରିସ୍ଥିତିରେ ବି ଉଚ୍ଚଶିକ୍ଷା ପାଇଁ ଚାହୁଁଥିବା ଗରିବ ଓ ନିଷ୍ପେଷିତ ପିଲାମାନଙ୍କ ଉପରେ ଦାଉ ସାଧିଛି ଜିଲ୍ଲା ପ୍ରଶାସନ । ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ‘ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା’ରେ ଏଭଳି ଗରିବ ପିଲାଙ୍କୁ ସ୍ନାତକ ଓ ସ୍ନାତକୋତ୍ତର ସମେତ ବୈଷୟିକ ଓ ପ୍ରଫେସନାଲ ପାଠ ପଢ଼ିବା ପାଇଁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ଥିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନର ବେପରୁୱା ନୀତି ଯୋଗୁ ସେମାନଙ୍କୁ ସହାୟତା ମିଳିପାରୁନି । ଏପରିକି ଗତ ଦୁଇବର୍ଷ ଧରି ଶହ ଶହ ଆବେଦନ ଜିଲ୍ଲା ପ୍ରଶାସନ ଏସବୁ ଆବେଦନର ସୁପାରିଶ ବିଭାଗକୁ କରୁନଥିବାରୁ ସେହି ଗରିବ ବର୍ଗର ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ମଞ୍ଜୁର କରିବା ସମ୍ଭବପର ହୋଇପାରୁନଥିବା ଜଣାପଡ଼ିଛି । ଗତ ୨ବର୍ଷ ଧରି ୮୯୯ଜଣ ଗରିବ ପିଲା କରିଥିବା ଆବେଦନକୁ ପକାଇ ରଖି ସେମାନଙ୍କ ଭବିଷ୍ୟତ ସହ ଖେଳିଥିବା ସରକାରୀ ଅଫିସରଙ୍କ ବିରୁଦ୍ଧରେ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ସୂଚନା ଅନୁସାରେ, ରାଜ୍ୟରେ ଗରିବ ଓ ନିଷ୍ପେଷିତ ବର୍ଗର ପିଲାମାନଙ୍କୁ ‘ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା’ରେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାର ପ୍ରାବଧାନ ରହିଛି । ଏଡସ୍ ପୀଡ଼ିତ ଅଭିଭାବକ, ବାସସ୍ଥାନ ନଥିବା ପରିବାର, ଦୁଃସ୍ଥ ଓ ଆର୍ଥିକ ଅନଟନରେ ଥିବା ପରିବାର, ମେହେନ୍ତର, ଆଦିମ ଜନଜାତି, ଗୋତିଶ୍ରମିକ ମୁକ୍ତ ପରିବାର ଓ ଏକାକୀ ମା’ ଥିବା ପରିବାରର ପିଲାମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ସରକାର ଏହି ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ବାର୍ଷିକ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ଦେବାର ପ୍ରାବଧାନ ରହିଛି । ଗ୍ରାଜୁଏସନ୍ , ପିଜି ସହ ଟେକନିକାଲ ଓ ପ୍ରଫେସନାଲ ପାଠ୍ୟକ୍ରମ ପାଇଁ ମଧ୍ୟ ଏହି ସହାୟତା ସରକାର ଯୋଗାଇ ଦେବାର ବ୍ୟବସ୍ଥା ଅଛି ।

ସରକାରଙ୍କ ଏହି ଯୋଜନାରୁ ଉପକୃତ ହେବା ପାଇଁ ଏସବୁ ବର୍ଗର ପିଲାମାନେ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପାଇଁ ବିଧିବଦ୍ଧ ଆବେଦନ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଖାମଖିଆଲି ନୀତି ଯୋଗୁ ସେସବୁ ଆବେଦନ ଜିଲ୍ଲାସ୍ତରରେ ପଡ଼ିରହିଛି । ୨୦୨୧-୨୨ ଶିକ୍ଷା ବର୍ଷରେ ୧୪ଟି ଜିଲ୍ଲାର ୩୦ଟି କଲେଜର ୧୭୨ଜଣ ଛାତ୍ରଛାତ୍ରୀଙ୍କ ଆବେଦନ ପଡ଼ିରହିଥିବାବେଳେ ୨୦୨୨-୨୩ ଶିକ୍ଷାବର୍ଷରେ ୨୦ଟି ଜିଲ୍ଲାର ୧୩୧ଟି କଲେଜର ୭୨୭ଜଣ ଛାତ୍ରଛାତ୍ରୀଙ୍କ ଆବେଦନ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ ପାଖରେ ପଡ଼ିରହିଥିବା ଜଣାପଡ଼ିଛି ।

Also Read

ପ୍ରାବଧାନ ଅନୁସାରେ, ପ୍ରତ୍ୟେକ ଆବେଦନକୁ ଜିଲ୍ଲାସ୍ତରର କମିଟି ଯାଂଚ ଓ ମଞ୍ଜୁର କରିବା ସହ ବିଭାଗ ପାଖକୁ ସୁପାରିଶ ପଠାଇବ । କିନ୍ତୁ ୨ଟି ଶିକ୍ଷାବର୍ଷରେ ଏସବୁ ଗରିବ ଓ ନିଷ୍ପେଷିତ ବର୍ଗର ୮୯୯ଜଣ ଛାତ୍ରଛାତ୍ରୀଙ୍କ ଆବେଦନକୁ ଜିଲ୍ଲା ପ୍ରଶାସନ ପକାଇ ରଖିଛି ।

ଏସବୁ ଦୃଷ୍ଟିରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଅକ୍ଟୋବର ୩୦ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ମାସକ ମଧ୍ୟରେ ଏହି ଆବେଦନଗୁଡ଼ିକୁ ଯାଂଚ କରି ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ସମ୍ପୃକ୍ତ ଗରିବ ପିଲାମାନେ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପାଇପାରିବେ ବୋଲି ଉଲ୍ଲେଖ ରହିଛି ।

୨୦୨୧-୨୨ ଶିକ୍ଷା ବର୍ଷରେ ଗଜପତି ଜିଲ୍ଲାରୁ ୬୦ଟି ଆବେଦନ(୫୭ଜଣ ଛାତ୍ରଛାତ୍ରୀ ପାରଳାଖେମୁଣ୍ଡିସ୍ତିତ ଏସକେସିଜି ସ୍ୱୟଂଶାସିତ କଲେଜରୁ) କରିଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୭୩ଟି (ଖଲ୍କିକୋଟ କଲେଜରୁ ୪୯ଜଣ) ଆବେଦନ କରିଥିଲେ । ସେହିପରି ୨୦୨୨-୨୩ ଶିକ୍ଷା ବର୍ଷରେ ଗଜପତି ଜିଲ୍ଲାରୁ ୨୦୩ଜଣ, ଗଞ୍ଜାମ ଜିଲ୍ଲାରୁ ୨୮୦ଜଣ ଛାତ୍ରଛାତ୍ରୀଙ୍କ ସମେତ ଭଦ୍ରକରୁ ୯୦ଜଣ, କଟକରୁ ୫୪ଜଣ, ଖୋର୍ଦ୍ଧାରୁ ୨୫ଜଣ ଛାତ୍ରଛାତ୍ରୀ ଏହି ସହାୟତା ପାଇଁ ଆବେଦନ କରିଛନ୍ତି ।

କିନ୍ତୁ ସରକାରୀ କଳର ବେପରୁୱା ନୀତି ଯୋଗୁ ପାଠ ପଢ଼ିବାକୁ ଚାହୁଁଥିବା ଏହି ଆର୍ଥିକ ଅନଗ୍ରସର ପିଲାମାନେ ସରକାରୀ ସହାୟତାରୁ ବଂଚିତ ହୋଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ଏଭଳି ଗୁରୁତର ତ୍ରୁଟି କରି ଗରିବ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଖେଳିଥିବା ସରକାରୀ ଅଫିସରମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ଆନ୍ତରିକତା ଦେଖାଇନାହାନ୍ତି । ଗରିବ ପିଲାଟିଏ ଯଦି ଠିକ୍ ସମୟରେ ଆର୍ଥିକ ସହାୟତା ନପାଏ ସେ କିଭଳି ତା’ର ପାଠ ଶେଷ କରିବ ଓ ନିଜର ସ୍ୱପ୍ନ ପୂରଣ କରିପାରିବ ତାହା କେବେ ୟେ ସରକାରୀ ବାବୁମାନେ ବୁଝିବେ ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story