କନିଷ୍ଠ ଶିକ୍ଷକଙ୍କୁ ଖୁସି କରାଇଲେ ସରକାର। ବଢ଼ିଲା ଦରମା। କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର। ମାସିକ ଦରମା ୧୩, ୮୦୦ରୁ ୨୦ ହଜାରକୁ ବୃଦ୍ଧି ହୋଇଛି। ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୨୩ ଜାନୁଆରୀ ପହିଲାରୁ ଲାଗୁ ହେବ। ଏହାଦ୍ୱାରା ୧୨,୭୮୦ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ।
ମଙ୍ଗଳବାର ରାଜ୍ୟ ସରକାର ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦରମା ବଢ଼ାଇ ଥିଲେ। ଆଜି ସକାଳେ ପୌରାଞ୍ଚଳଗୁଡ଼ିକରେ କାର୍ଯ୍ୟରତ ନିର୍ବାଚିତ ପ୍ରତିନିଧିଙ୍କ ଦରମା ବୃଦ୍ଧି କରିଥିଲେ ସରକାର। ରାଜ୍ୟ ସରକାରଙ୍କ ଏହି ଘୋଷଣା ଫଳରେ ମେୟର, ଡେପୁଟି ମେୟର, ପୌର ପରିଷଦ ଅଧ୍ୟକ୍ଷ ତଥା ପୌର ପରିଷଦ ଉପାଧ୍ୟକ୍ଷ, ମହାନଗର ନିଗର କର୍ପୋରେଟର ପ୍ରମୁଖ ଉପକୃତ ହେବେ।
ଘୋଷଣା ଅନୁସାରେ, ମେୟରଙ୍କ ଦରମା ୫୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଡେପୁଟି ମେୟରମାନେ ପାଇବେ ୨୦ ହଜାର ଟଙ୍କା। ପୌର ପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାରକୁ ବୃଦ୍ଧି ପାଇଥିବା ବେଳେ ପୌର ପରିଷଦ ଉପାଧ୍ୟକ୍ଷ ଏଣିକି ପାଇବେ ୧୦ ହଜାର ଟଙ୍କା ପାଇବେ।
ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞାପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଦରମା ଓ ଭତ୍ତା ବୃଦ୍ଧି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।