Advertisment

ଖୁସି ଖବର ଦେଲେ ସରକାର; ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା

ମାସିକ ଦରମା ୧୩, ୮୦୦ରୁ ୨୦ ହଜାରକୁ ବୃଦ୍ଧି। ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୨୩ ଜାନୁଆରୀ ପହିଲାରୁ ଲାଗୁ ହେବ।

ଅଦ୍ୟତନ ହୋଇଛି
Teacher

Teacher

Advertisment

କନିଷ୍ଠ ଶିକ୍ଷକଙ୍କୁ ଖୁସି କରାଇଲେ ସରକାର। ବଢ଼ିଲା ଦରମା। କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର। ମାସିକ ଦରମା ୧୩, ୮୦୦ରୁ ୨୦ ହଜାରକୁ ବୃଦ୍ଧି ହୋଇଛି। ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୨୩ ଜାନୁଆରୀ ପହିଲାରୁ ଲାଗୁ ହେବ। ଏହାଦ୍ୱାରା ୧୨,୭୮୦ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ।

Advertisment

ମଙ୍ଗଳବାର ରାଜ୍ୟ ସରକାର ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦରମା ବଢ଼ାଇ ଥିଲେ। ଆଜି ସକାଳେ ପୌରାଞ୍ଚଳଗୁଡ଼ିକରେ କାର୍ଯ୍ୟରତ ନିର୍ବାଚିତ ପ୍ରତିନିଧିଙ୍କ ଦରମା ବୃଦ୍ଧି କରିଥିଲେ ସରକାର। ରାଜ୍ୟ ସରକାରଙ୍କ ଏହି ଘୋଷଣା ଫଳରେ ମେୟର, ଡେପୁଟି ମେୟର, ପୌର ପରିଷଦ ଅଧ୍ୟକ୍ଷ ତଥା ପୌର ପରିଷଦ ଉପାଧ୍ୟକ୍ଷ, ମହାନଗର ନିଗର କର୍ପୋରେଟର ପ୍ରମୁଖ ଉପକୃତ ହେବେ।

ଘୋଷଣା ଅନୁସାରେ, ମେୟରଙ୍କ ଦରମା ୫୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଡେପୁଟି ମେୟରମାନେ ପାଇବେ ୨୦ ହଜାର ଟଙ୍କା। ପୌର ପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାରକୁ ବୃଦ୍ଧି ପାଇଥିବା ବେଳେ ପୌର ପରିଷଦ ଉପାଧ୍ୟକ୍ଷ ଏଣିକି ପାଇବେ ୧୦ ହଜାର ଟଙ୍କା ପାଇବେ।

Advertisment

ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞାପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଦରମା ଓ ଭତ୍ତା ବୃଦ୍ଧି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

Bhubaneswar Odisha Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe