Advertisment

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ; ବି.ଫାର୍ମାରେ ସାଗରିକା ଦାଶ ଟପ୍ପର

୬୫ ହଜାର ୭୪୨ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ୫୬ହଜାର ୪୭ ଜଣ ରାଙ୍କ ପାଇଛନ୍ତି।

author-image
Tapaswini Nayak
Result

Result

ପ୍ରକାଶ ପାଇଛି ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ରେଜଲ୍ଟ। ୬୫ ହଜାର ୭୪୨ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ୫୬ହଜାର ୪୭ ଜଣ ରାଙ୍କ ପାଇଛନ୍ତି।

Advertisment

ବି.ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଥିବା ବେଳେ ଏମ୍‌. ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର ହୋଇଛନ୍ତି। ସେହିପରି ଏଲ୍ଇ. ଟେକ୍ (ଡିପ୍ଲୋମା)ରେ ବିଲ୍‌ଟୁ ମଣ୍ଡଳ ଟପ୍ପର ହୋଇଥିବା ବେଳେ ଏମ୍‌ବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି , ସିଭିଲ୍ ଇଂଜିନିୟରିଂ ରବୀନ୍ଦ୍ର ସାହୁ ଓ MCA/M.SC (କମ୍ପୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର ହୋଇଛନ୍ତି। ଛାତ୍ରଛାତ୍ରୀମାନେ WWW.OJEE.NIC.IN/ODISHAJEE.COMରେ ନିଜର ପରୀକ୍ଷା ଫଳ ଦେଖି ପାରିବେ।

ଗତମାସ ୬ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ୬୫ ହଜାର ୭୪୨ ଛାତ୍ରଛାତ୍ରୀ  ଲାଟରାଲ ଏଣ୍ଟ୍ରି, ଏମଟେକ୍, ଏମବିଏ, ଏମସିଏ ଭଳି ପ୍ରଫେସନାଲ କୋର୍ସରେ ଆଡମିଶନ ଲାଗି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Advertisment
OJEE Exam Ojee Ojee 2024