Advertisment

ହ୍ରାସ ପାଇଛି ସ୍କୁଲ ଶିକ୍ଷାର ମାନ: ୧୦ରୁ ୨୪କୁ ଖସିଲା ଓଡ଼ିଶା

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡ଼ିଶାର ପ୍ରଦର୍ଶନ ହ୍ରାସ ପାଇଛି।

Girl Students

Girl Students

Advertisment

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡ଼ିଶାର ପ୍ରଦର୍ଶନ ହ୍ରାସ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବା ବେଳେ ଏଥର ୧୪ଟି ସ୍ଥାନ ତଳକୁ ଖସି ୨୪ତମ ସ୍ଥାନରେ ରହିଛି।

Advertisment

ଶିକ୍ଷାର ଗୁଣବତ୍ତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି, ଶିକ୍ଷକ ଶିକ୍ଷା ଓ ତାଲିମ ନେଇ ସାରା ଦେଶରେ କରାଯାଇଥିବା ସର୍ଭେରେ ଓଡ଼ିଶା ପଛରେ ରହିଛି। ବର୍ଷକ ମଧ୍ୟରେ ଶିକ୍ଷାରେ ଓଡ଼ିଶାର ପ୍ରଦର୍ଶନ ହ୍ରାସକୁ ନେଇ ଶିକ୍ଷାବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି।

ରାଜ୍ୟର ଜଗତସିଂହପୁର, କଟକ, ଭଦ୍ରକ, ଗଂଜାମ, ପୁରୀ ଓ ଖୋର୍ଦ୍ଧାର ଗ୍ରେଡ୍ ଅତି ଉତ୍ତମ ରହିଛି। ୨୨ଟି ଜିଲ୍ଲାର ଗ୍ରେଡ୍ ଉତ୍ତମ ରହିଛି। ରାୟଗଡ଼ା ଓ କୋରାପୁଟର ଗ୍ରେଡ୍ ରାଜ୍ୟରେ ସବୁଠାରୁ ତଳେ ରହିଛି।

Advertisment

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଏହା ରାଜ୍ୟ ସରକାରଙ୍କ ପାଇଁ ଆଇନା। ଏମାନେ ଶାସନ ନୁହେଁ, କ୍ଷମତା ଲୋଭରେ ରହୁଛନ୍ତି। 5T ଟ୍ରାନ୍‌ସଫରମେସନ୍‌ କେବଳ ଜଣେ ବ୍ୟକ୍ତିଗତ ସହାୟକଙ୍କୁ ନେତା କରିବା ପାଇଁ କରାଯାଇଛି। ସ୍କୁଲରେ ଭିତ୍ତିଭୂମି ଠିକ୍ ନାହିଁ । ଶିକ୍ଷକ ନାହାନ୍ତି। ପାଇଖାନା ନାହିଁ । କେବଳ ସବୁଜ ରଙ୍ଗ ଦେଇ 5T ବ୍ୟବସ୍ଥା ଆଣି ସଚିବଙ୍କୁ ନେତା କରିବାର ବ୍ୟବସ୍ଥା ଚାଲିଛି।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ରାଜ୍ୟରେ ଶିକ୍ଷାର ମାନ ଜମା କମି ନାହିଁ। ସ୍କୁଲ ଶିକ୍ଷା ଲାଗି କେନ୍ଦ୍ର ସରକାର ଏବଂ ତାଙ୍କର ଅନୁଶୀଳନ ସଂସ୍ଥା ପ୍ରଶଂସା କରିଛନ୍ତି। ଫାଇଭ ଟି’ ଅଧୀନରେ ରାଜ୍ୟରେ ସ୍କୁଲରେ ଡିଜିଟାଲ ପ୍ରୟୋଗ ଏବଂ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। କେଉଁ ଦିଗକୁ ନେଇ ସେମାନେ ମୂଲ୍ୟାୟନ କରିଛନ୍ତି, ତାହାକୁ ଦେଖିବାକୁ ପଡ଼ିବ।

ଶ୍ରୀ ମିଶ୍ର ଆହୁରି କହିଛନ୍ତି, ରାଜ୍ୟରେ ଶିକ୍ଷାର ମାନ କମିବା କଥା ଗାଁ ଗହଳି ଲୋକଙ୍କୁ ପଚାରନ୍ତୁ। ସ୍କୁଲ କମିଟିକୁ ପଚାରନ୍ତୁ। ଶିକ୍ଷକ ସମାଜ, ଅଭଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ପଚାରନ୍ତୁ। ଉତ୍ତର ପାଇଯିବେ। ସମସ୍ତେ ଖୁସି ଗାଁ ସ୍କୁଲରେ ସହରୀ ସୁବିଧା ଉପଲବ୍ଧ ହେଉଛି।

Odisha Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe