ଖୋର୍ଦ୍ଧାରେ ସ୍ଥାପନ ହେବ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର 

ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଏହି ପାଇକ ଏକାଡ଼େମୀ ଓ ଗବେଷଣା କେନ୍ଦ୍ର କାର୍ଯ୍ୟ କରିବ ।

CM Naveen Patnaik

ରାଜ୍ୟରେ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପାଇକ ଏକାଡ଼େମୀ ଓ ଗବେଷଣା କେନ୍ଦ୍ର ସ୍ଥାପନକୁ ମଞ୍ଜୁରୀ ଦେଇଛନ୍ତି ।

Ordigital Desk
  • Published: Friday, 08 September 2023
  • Updated: 08 September 2023, 07:08 PM IST

Sports

Latest News

ଖୋର୍ଦ୍ଧା ଜିଲ୍ଲାରେ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ସ୍ଥାପନ ହେବ । ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଢାଞ୍ଜାରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବ । ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଏହି ପାଇକ ଏକାଡ଼େମୀ ଓ ଗବେଷଣା କେନ୍ଦ୍ର କାର୍ଯ୍ୟ କରିବ । ସେପଟେ କେନ୍ଦ୍ର ସରକାର ଖୋର୍ଦ୍ଧାରେ ପାଇକ ଆନ୍ଦୋଳନ ସ୍ମାରକୀ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ଦେଇଛନ୍ତି ।

ରାଜ୍ୟରେ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ପାଇକ ଏକାଡ଼େମୀ ଓ ଗବେଷଣା କେନ୍ଦ୍ର ସ୍ଥାପନକୁ ମଞ୍ଜୁରୀ ଦେଇଛନ୍ତି । ଏହି କେନ୍ଦ୍ର ଦେଶବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ପାଇକମାନଙ୍କ ସାମୁହିକ ବିକାଶ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ ଓ ଗବେଷଣାର ବ୍ୟବସ୍ଥା ରହିବ । ଶିକ୍ଷାର୍ଥୀମାନଙ୍କ ପାଇଁ ଛାତ୍ରବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏବେ ଏହି କେନ୍ଦ୍ର ଗଡ଼ଖୋର୍ଦ୍ଧାଠାରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବ । ଏହି କେନ୍ଦ୍ର ସ୍ଥାପନ ପାଇଁ ଶୀଘ୍ର ସ୍ଥାନ ନିରୂପଣ ଓ ଡିପିଆର ପ୍ରଦାନ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Also Read

ଉଲ୍ଲେଖଯୋଗ୍ୟ, ୧୮୧୭ ମସିହାରେ ଖୋର୍ଦ୍ଧା ମାଟିରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ସଂଗଠିତ ହୋଇଥିଲା । ଏହି ମହାନ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହ ଏ ଦିଗରେ ଅଧିକ ଗବେଷଣା ପାଇଁ ଓଡ଼ିଶା ପାଇକ ଏକାଡ଼େମୀ ଓ ଗବେଷଣା କେନ୍ଦ୍ର ମାର୍ଗ ପ୍ରଶସ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପାଇକ ବିଦ୍ରୋହ ସ୍ମୃତିରେ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ସ୍ମାରକୀ ଚେୟାର ନିମନ୍ତେ ୫କୋଟି ଟଙ୍କାର ଏକ କପର୍ସ ପାଣ୍ଠି ପ୍ରଦାନ କରିଛନ୍ତି । ସେହିପରି ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ରାଜ୍ୟ ସରକାର ଦେଇଥିବା ୧୦ଏକର ଜମିରେ ଏକ ବିଶାଳ ପାଇକବିଦ୍ରୋହୀ ସ୍ମାରକୀ ନିର୍ମାଣ ନିମନ୍ତେ ଆର୍ଥିକ ଅନୁଦାନ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story