ଶିକ୍ଷକଙ୍କ ପାଟିରେ ଗଣଶିକ୍ଷା ମନ୍ତ୍ରୀ ହାଏ ହାଏ । ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ କରୁଛନ୍ତି କଡା ଭାଷାରେ ସମାଲୋଚନା। ହେଲେ ଖୋଦ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଶିକ୍ଷୟିତ୍ରୀ ପତ୍ନୀ ପଡିଛନ୍ତି ଅଡୁଆରେ। ଶିକ୍ଷକ ସଂଘ ସହିତ ରହିବେ ନା ସ୍ୱାମୀଙ୍କୁ ସମର୍ଥନ କରିବେ।