Advertisment

ବାହାରିଲା OTET ୨୦୨୪ର ରେଜଲ୍ଟ: ଅସଫଳ ପରୀକ୍ଷାର୍ଥୀଙ୍କୁ କ’ଣ କହିଛି ବୋର୍ଡ, ଜାଣନ୍ତୁ

www.bseodisha.ac.inରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ।

author-image
Jitendra Garnayak
ଅଦ୍ୟତନ ହୋଇଛି
Exam

Exam

ଆଜି ପ୍ରକାଶ ପାଇଛି OTET (Odisha Teacher’s Eligibility Test) ୨୦୨୪ର ରେଜଲ୍ଟ। www.bseodisha.ac.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଯେଉଁମାନେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି, ସେମାନେ ଡିଜିଟାଇଜ୍‌ଡ ସାର୍ଟିଫିକେଟ୍‌ ଡାଉନଲୋଡ୍ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌ରେ ଉଲ୍ଲେଖ କରାଯାଇଛି।

Advertisment

ଯେଉଁ ପରୀକ୍ଷାର୍ଥୀମାନେ ଅସଫଳ ହୋଇଛନ୍ତି, ସେମାନେ ସ୍କାନ୍‌ଡ OMR ଉତ୍ତର ଖାତା ଡାଉନଲୋଡ୍ କରିପାରିବେ। ଏହା ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍ www.bseodisha.ac.inରେ ଉପଲବ୍ଧ ହେବ।

ଉଭୟ ଡିଜିଟାଇଜ୍‌ଡ ସାର୍ଟିଫିକେଟ୍ ଓ ସ୍କାନ୍‌ଡ OMR ଉତ୍ତର ଖାତାର ଲିଙ୍କ ସେହି ସମାନ ୱେବସାଇଟରେ ଉପଲବ୍ଧ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

Advertisment
OTET