Advertisment

OJEE ପାଇଁ ଆଜିଠାରୁ ଚାଲିଛି ଅନ୍‌ଲାଇନ୍ ଆବେଦନ

ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Exam

Exam

Advertisment

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୪ ପାଇଁ ତାରିଖ ଘୋଷଣା ହୋଇଛି। OJEE ୬ ମେ’ରୁ ୧୦ ମେ’ ପର୍ଯ୍ୟନ୍ତ ହେବ। ରାଜ୍ୟରେ ୩୦ଟି ପରୀକ୍ଷା କେନ୍ଦ୍ର କରାଯିବ। ସେହିପରି ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯିବ।

Advertisment

OJEE ପାଇଁ ଆଜିଠାରୁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଛି। ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଗ୍ରହୀ ପ୍ରାର୍ଥୀମାନେ OJEE ୱେବସାଇଟ୍ www.ojee.nic.in କୁ ଯାଇ ଆବେଦନ ଫର୍ମ ପୂରଣ କରିପାରିବେ।

ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକରେ B.Pharm / MCA /MSc (Computer Sc)/ MBA / Int. MBA / B. CAT / M.Tech / M.Tech (Part-Time) / M.Arch / M Plan / M.Pharm ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କରାଯାଉଛି। ସମସ୍ତ ପାଠ୍ୟକ୍ରମ ପାଇଁ ଏହି ପରୀକ୍ଷା କଂପ୍ୟୁଟର ବେସ୍‌ଡ ହେବ।

Advertisment
OJEE Exam Ojee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe