Advertisment

୨ ଜଣ ଶିକ୍ଷକଙ୍କ ହାତରେ ୧୫୨ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଶିକ୍ଷକ ନିଯୁକ୍ତି ଦାବିରେ ଆଜି ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ।

author-image
Biswajit Samal
ଅଦ୍ୟତନ ହୋଇଛି
Kamakhyanagar

Kamakhyanagar

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଙ୍ଗେଇ ଗାଁର ଜନତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ସମୁଦାୟ ୧୫୨ ଜଣ ଛାତ୍ରଛାତ୍ରୀ ଅଛନ୍ତି। କିନ୍ତୁ ଏହି ତିନିଟି ଶ୍ରେଣୀର ପିଲାମାନଙ୍କୁ ପଢ଼ାଇବା ପାଇଁ ଅଛନ୍ତି ମାତ୍ର ୨ ଜଣ ଶିକ୍ଷକ।

Advertisment

ପୂର୍ବରୁ ୪ ଜଣ ଶିକ୍ଷକ ଥିଲେ। ତେବେ ୪ ମାସ ତଳେ ଜଣେ ଶିକ୍ଷକଙ୍କର ବଦଳି ହୋଇଯାଇଥିଲା। ସେହିପରି ଆଉ ଜଣେ ସିଆରସିସି ଭାବେ ଦାୟିତ୍ୱ ନେଇଥିଲେ। ତା’ପରଠୁ ୨ ଜଣ ଶିକ୍ଷକରେ ଚାଲିଛି ତିନିଟି ଶ୍ରେଣୀର ପାଠପଢ଼ା। ଯଦି କୌଣସି ଦିନ ସେମାନଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ରହନ୍ତି ସେଦିନ କେବଳ ଜଣେ ଶିକ୍ଷକରେ ଚାଲେ ଏହି ତିନିଟି ଶ୍ରେଣୀ। ଏଥିରୁ ଅନୁମାନ କରି ହେଉଛି ସ୍କୁଲରେ କେମିତି ପାଠପଢ଼ା ହେଉଥିବ।

ଶିକ୍ଷକଙ୍କ ଅଭାବ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ବେଳେ ଏ ନେଇ ବ୍ଲକ ଶିକ୍ଷାଧିକାରୀଙ୍କୁ ଗ୍ରାମବାସୀ ବାରମ୍ୱା ଜଣାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ। ସେଥିପାଇଁ ଆଜି ସ୍କୁଲ୍‌ ଗେଟ୍‌ରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣାରେ ବସିଥିଲେ। ତୁରନ୍ତ ଶିକ୍ଷକ ପଦବୀ ପୂରଣ କରାନ ଗଲେ ଆନ୍ଦୋଳନ ଜାରି ରହିବା ସହିତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଛାଡ଼ିବେ ନାହିଁ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଥିଲେ। ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ଅଭିଭାବକ ମାନଙ୍କୁ ବୁଝାଇଥିଲେ ଓ ତୁରନ୍ତ ବିଦ୍ୟାଳୟକୁ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତା’ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। 

Advertisment

ରିପୋର୍ଟ- ବିଦ୍ୟାଧର ବରାଳ, କାମାକ୍ଷାନଗର

Odisha Education