Advertisment

ପାଚିକାଙ୍କ ପାରିଶ୍ରମିକ ହଜାରେ ଟଙ୍କା ବଢ଼ିଲା, ଉପକୃତ ହେବେ ୧.୧୨ଲକ୍ଷ ପାଚିକା

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ପିଏମ ପୋଷଣ ଯୋଜନା(ମଧ୍ୟାହ୍ନଭୋଜନ)ରେ କାମ କରୁଥିବା ପ୍ରାୟ ଏକ ଲକ୍ଷରୁ ଅଧିକ ପାଚକ,ପାଚିକାମାନଙ୍କ ମାସିକ ପାରିଶ୍ରମିକକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି ।

author-image
Ordigital Desk
Mid Day Meal

Mid Day Meal

ରାଜ୍ୟରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ସାମିଲ ଥିବା ପାଚିକାମାନଙ୍କ ପାରିଶ୍ରମିକକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏଣିକି ସେମାନେ ମାସିକ ୨ହଜାର ଟଙ୍କା ପରିବର୍ତ୍ତେ ୩ହଜାର ଟଙ୍କା ପାରିଶ୍ରମିକ ପାଇବେ । ଏହାଦ୍ୱାରା ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨କୋଟି ୯ଲକ୍ଷ ଟଙ୍କା ବ୍ୟୟ କରିବେ ।

Advertisment

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ପିଏମ ପୋଷଣ ଯୋଜନା(ମଧ୍ୟାହ୍ନଭୋଜନ)ରେ କାମ କରୁଥିବା ପ୍ରାୟ ଏକ ଲକ୍ଷରୁ ଅଧିକ ପାଚକ,ପାଚିକାମାନଙ୍କ ମାସିକ ପାରିଶ୍ରମିକକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କର ପାରିଶ୍ରମିକରେ ମାସିକ ଏକ ହଜାର ଟଙ୍କା ବୃଦ୍ଧି କରାଯାଇଛି । ଏହାଦ୍ୱାରା ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମରେ ନିୟୋଜିତ ୧ଲକ୍ଷ ୧୨ହଜାର ୯୦ଜଣ ପାଚକ-ପାଚିକା ଉପକୃତ ହେବେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୫୦୬୧୮ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲରେ ପଢ଼ୁଥିବା ୪୨.୪୫ଲକ୍ଷ ଛାତ୍ରଛାତ୍ରୀମାନଙ୍କୁ ଏହି ପାଚକପାଚିକାମାନେ ରନ୍ଧା ଖାଦ୍ୟ ପରିବେଷଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ପରିପୂରକ ପୃଷ୍ଟି କାର୍ଯ୍ୟକ୍ରମରେ ଯୋଗାଇ ଦିଆଯାଉଥିବା ଚାଉଳ ଓ ଗହମ ପରି ଶସ୍ୟର ପରିବହନ ଖର୍ଚ୍ଚକୁ ମଧ୍ୟ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏହି ପରିବହନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ସର୍ବାଧିକ ୭୫ଟଙ୍କା ଥିବାବେଳେ ଏବେ ୧୫୦ଟଙ୍କାକୁ ବୃଦ୍ଧି ପାଇଛି । ୨୦୧୧ ମସିହା ପରଠୁ ଏହି ମୂଲ୍ୟରେ ବୃଦ୍ଧି ହୋଇନଥିଲା । ଏହି ବର୍ଦ୍ଧିତ ମୂଲ୍ୟ ବର୍ତ୍ତମାନ ନିୟୋଜିତ ଥିବା ପରିବହନ ଏଜେଂଟମାନେ ଦାବି କରିପାରିବେ ନାହିଁ। କେବଳ ନୂତନ ଭାବେ ନିୟୋଜିତ ହେବାକୁ ଥିବା ଏଜେଂଟଙ୍କ ପାଇଁ ଏହା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

Advertisment