Advertisment

ପରୀକ୍ଷା-ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା; ପ୍ରତିଯୋଗିତା ବନ୍ଧୁଙ୍କ ସହ ନୁହେଁ, ନିଜ ସହ କର

ପ୍ରତିଯୋଗିତା ବନ୍ଧୁଙ୍କ ସହ ନୁହେଁ, ନିଜ ସହ କରନ୍ତୁ। ବନ୍ଧୁଙ୍କଠାରୁ ପ୍ରେରଣା ନିଅନ୍ତୁ, ଆଗକୁ ବଢନ୍ତୁ। ଈର୍ଷା, ଦ୍ୱେଷ ମନୋଭାବ ଆଣିବା ଆଦୌ ଉଚିତ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
PM Modi & Students

PM Modi & Students

ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 'ପରୀକ୍ଷା-ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ମନର ଦ୍ୱନ୍ଦ୍ୱ ଦୂର କଲେ। ଏଥିସହ ପିଲାମାନେ କିପରି ଚାପମୁକ୍ତ ହୋଇ ପରୀକ୍ଷା ଦେବେ ସେଥିପାଇଁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ। 

Advertisment

ପରୀକ୍ଷା ହଲ୍‌ରେ କିପରି ଚାପ ମୁକ୍ତ ରହିବୁ ପ୍ରଶ୍ନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପରୀକ୍ଷା ହଲରେ ପ୍ରବେଶ ପରେ ନିଜ ଭିତରେ ହଜିଯାଆନ୍ତୁ। ପରୀକ୍ଷା ଆରମ୍ଭ ପୂର୍ବରୁ ପାଖରେ ଥିବା ବନ୍ଧୁଙ୍କ ସହ କଥାବାର୍ତ୍ତା ହୁଅନ୍ତୁ। ନିଜ ପାଇଁ ଛୋଟ ଲକ୍ଷ୍ୟ ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମରୁ ବଡ ଲକ୍ଷ୍ୟ ନିର୍ଦ୍ଧାରଣ କରି ଚାପ ନିଅନ୍ତୁ ନାହିଁ। ପ୍ରତିଯୋଗିତା ରହିବା ଜରୁରୀ, ବିନା ପ୍ରତିଯୋଗିତା ଓ ଆହ୍ୱାନରେ ଜୀବନ ପ୍ରେରଣାହୀନ। ହେଲେ ପ୍ରତିଯୋଗିତା ବନ୍ଧୁଙ୍କ ସହ ନୁହେଁ, ନିଜ ସହ କରନ୍ତୁ। ବନ୍ଧୁଙ୍କଠାରୁ ପ୍ରେରଣା ନିଅନ୍ତୁ, ଆଗକୁ ବଢନ୍ତୁ। ଈର୍ଷା, ଦ୍ୱେଷ ମନୋଭାବ ଆଣିବା ଆଦୌ ଉଚିତ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। 

Advertisment

ସେହିପରି, ଅଭିଭାବକଙ୍କୁ ଟିପ୍ସ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କେବେ ହେଲେ ପିଲାମାନଙ୍କ ତୁଳନା ଅନ୍ୟ କାହା ସହ କରନ୍ତୁ ନାହିଁ। ତୁଳନା ଦ୍ୱାରା ପିଲାଙ୍କ ଭିତରେ ବିକୃତ ମନୋଭାବ ଆସିଥାଏ। 

ପିଲାମାନଙ୍କୁ ଲେଖିବା ଅଭ୍ୟାସ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆମେ ସବୁବେଳେ ଖାଲି ପଢୁଛୁ, ବହିରୁ ପଢୁଛୁ, କମ୍ପ୍ୟୁଟରରୁ ପଢୁଛୁ, ଆଇପଡ୍‌ରୁ ପଢୁଛୁ। କିନ୍ତୁ ଯାହା ପଢ଼ିଥିବୁ, ପରୀକ୍ଷାରେ ତାକୁ ଲେଖିବାକୁ ପଡ଼ିବ। ତେଣୁ ଲେଖିବା ଅଭ୍ୟାସ କରନ୍ତୁ। ଯଦି ଲେଖିବା ଅଭ୍ୟାସ ନଥିବ, ତେବେ ଲେଖିବାକୁ ସମସ୍ୟା ହେବ। ଏବେ ପରୀକ୍ଷାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଲେଖିବା। ନିୟମିତ ଲେଖାଲେଖି ଅଭ୍ୟାସ ନଥିଲେ, ଉତ୍ତର ଲେଖିବା କଷ୍ଟ ହେବ। ଘରେ ପଢ଼ିବା ସହ ନିୟମିତ ଲେଖିବା ଅଭ୍ୟାସ ନିହାତି ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପାରୀକ୍ଷା ପେ ଚର୍ଚ୍ଚାର ଆଜି ଥିଲା ସପ୍ତମ ସଂସ୍କରଣ। କୋଭିଡ କାରଣରୁ ଚତୁର୍ଥ ସଂସ୍କରଣ ଅନଲାଇନରେ ଅନୁଷ୍ଠିତ ହୋଇଥିଲା। ଆଜିର ପରୀକ୍ଷା ପେ ଚର୍ଚ୍ଚା ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହୋଇଥିଲା। ଏଥିରେ ୧୪ ଲକ୍ଷରୁ ଅଧିକ ଶିକ୍ଷକ, ୫ ଲକ୍ଷରୁ ଅଧିକ ଅଭିଭାବକ ଯୋଗ ଦେଇଥିଲେ।

ପ୍ରତ୍ୟେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଦୁଇଜଣ ଛାତ୍ର ଏବଂ ଜଣେ ଶିକ୍ଷକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏଥିସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କ ମନର ପ୍ରଶ୍ନ ପଚାରିଥିଲେ। 

PM Modi Pariksha Pe Charcha Exam Tips