Advertisment

‘ଶିକ୍ଷା କ୍ଷେତ୍ରରେ ବର୍ତ୍ତମାନ ଏମର୍ଜେନ୍ସି ପରିସ୍ଥିତି ସୃଷ୍ଟି ହୋଇଛି’

କଂଗ୍ରେସ ତିଆରି କରିଥିବା ସ୍କୁଲ କାନ୍ଥରେ ରଙ୍ଗ ବୋଳି 5T ସ୍କୁଲ ବୋଲି କହୁଛନ୍ତି। ଶିକ୍ଷକ ଆନ୍ଦୋଳନ କରୁଥିବା ବେଳେ କୁଆଡ଼େ ଗଲେ 5T ସଚିବ? କାହିଁକି ସେ ସେମାନଙ୍କ ସହ ଆଲୋଚନା କରୁନାହାନ୍ତି?

author-image
Manoranjan Sial
Teacher

Teacher

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ବର୍ତ୍ତମାନ ଏମର୍ଜେନ୍ସି ସ୍ଥିତି ସୃଷ୍ଟି ହୋଇଛି। ଆଜି ଏପରି କହି ରାଜ୍ୟ ସରକାର ଓ 5T ସଚିବଙ୍କୁ ସିଧା ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଆଉ ପଚାରିଛନ୍ତି ଅନେକ ପ୍ରଶ୍ନ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଶିକ୍ଷକମାନେ ଧାରଣାରେ ବସିଛନ୍ତି। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ହେଉଛନ୍ତି। ହେଲେ ଶିକ୍ଷାମନ୍ତ୍ରୀ ଦଳୀୟ କର୍ମୀଙ୍କୁ ଟ୍ରେନିଂ ଦେଉଛନ୍ତି। ଶିକ୍ଷା କ୍ଷେତ୍ରରେ କ’ଣ ହେଉଛି? ଏଠିକାର ସରକାରଙ୍କ ମୁଖ୍ୟ ନବୀନ ବାବୁ ଜାଣି ପାରୁନାହାନ୍ତି? ଏହା ଓଡ଼ିଶା ପାଇଁ ଏକ ବଡ଼ ଦୁର୍ଭାଗ୍ୟର ବିଷୟ। ଏଭଳି ହେଲେ ଓଡ଼ିଶା କିଭଳି ଆଗକୁ ବଢ଼ିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, କଂଗ୍ରେସ ତିଆରି କରିଥିବା ସ୍କୁଲ କାନ୍ଥରେ ରଙ୍ଗ ବୋଳି 5T ସ୍କୁଲ ବୋଲି କହୁଛନ୍ତି। ଶିକ୍ଷକ ଆନ୍ଦୋଳନ କରୁଥିବା ବେଳେ କୁଆଡ଼େ ଗଲେ 5T ସଚିବ? କାହିଁକି ସେ ସେମାନଙ୍କ ସହ ଆଲୋଚନା କରୁନାହାନ୍ତି? ଏପଟେ ମୁଖ୍ୟମନ୍ତ୍ରୀ ଜନ୍ମଦିନରେ ଠିକା ନିଯୁକ୍ତି ହଟେଇ ଦେଇ ଏବେ ପୁଣି ଆରମ୍ଭ କରିଦେଲେ। ଏଠି ତାମସା ଚାଲିଛି। ଏହା ବିରୋଧରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ଘରେ ଘରେ ଜାଗରଣ ସୃଷ୍ଟି କରାଯିବ। ଆଗମୀ ଦିନରେ ସମସ୍ତ ଲୋକ ମଧ୍ୟ ରାଜରାସ୍ତାକୁ ଓହ୍ଲାଇବାର ସମୟ ଆସିଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ୩ ଦଫା ଦାବି ପୂରଣ ପାଇଁ ଦୀର୍ଘ ଦିନ ହେଲା ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି। ଶିକ୍ଷକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ହେଲେ ରାଜ୍ୟ ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦାବି ପ୍ରତି କର୍ଣ୍ଣପାତ କଲେନାହିଁ। ଯେଉଁଥିପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆଜିଠାରୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯିବ ବୋଲି ଆଶଙ୍କା କରାଯାଉଛି।

Bhubaneswar News Teachers' Strike