Advertisment

ନିଷ୍ପତ୍ତି ବଦଳାଇଲା ୟୁଜିସି, ଆସିସଷ୍ଟାଣ୍ଟ ପ୍ରଫେସର ପାଇଁ ପିଏଚଡି ଜରୁରୀ ନୁହେଁ

NET, SET ଓ SLET ବଳରେ ଜଣେ ଆସିସଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ପାଇପାରିବେ।

UGC

UGC

Advertisment

ଆସିସଷ୍ଟାଣ୍ଟ ପ୍ରଫେସରଙ୍କ ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ କହିଥିବା ୟୁନିଭର୍ସିଟି ଗ୍ରାଣ୍ଟସ କମିଶନ(ୟୁଜିସି) ଏବେ ୟୁ-ଟର୍ଣ୍ଣ ନେଇଛି। NET, SET ଓ SLET ବଳରେ ଜଣେ ଆସିସଷ୍ଟାଣ୍ଟ ପ୍ରଫେସର ଭାବେ ନିଯୁକ୍ତି ପାଇପାରିବେ। ତାଙ୍କୁ ସିଧାସଳକ ଏହି ପଦବୀ ପାଇଁ ମନୋନୀତ କରାଯାଇ ପାରିବ। ନିଯୁକ୍ତି ପାଇଁ ପିଏଚଡି ବାଧ୍ୟତାମୂଳକ ନୁହେଁ ବୋଲି ୟୁଜିସି କହିଛି।

Advertisment

ୟୁଜିସି ଅଧ୍ୟକ୍ଷ ଏମ ଜଗଦୀଶ କୁମାର କହିଛନ୍ତି, “ଆସିସଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ବେଳେ ପିଏଚ୍‌ଡି ଡିଗ୍ରୀ ପୂର୍ବଭଳି କେବଳ ବିକଳ୍ପ ହୋଇ ରହିବ। ET, SET ଓ SLETକୁ ହିଁ ଏହି ପଦ ପାଇଁ ସର୍ବନିମ୍ନ ଯୋଗ୍ୟତା ଭାବେ ବିବେଚନା କରାଯିବ। ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏପରି ଯୋଗ୍ୟତା ରଖିଥିବା ଆଶାୟୀଙ୍କୁ ସିଧାସଳଖ ନିଯୁକ୍ତି ଦେଇପାରିବେ।”

୨୦୧୮ରେ ୟଜିସି ବିଶ୍ୱବିଦ୍ୟାଳୟ ଓ କଲେଜରେ ନିଯୁକ୍ତି ପାଇଁ ନୂଆ ନିୟମ ଜାରି କରିଥିଲା। ସଂସ୍ଥା ପକ୍ଷରୁ ଆଶାୟୀମାନଙ୍କୁ ୩ ବର୍ଷର ସମୟ ଦେବା ସହ ପିଏଚଡି ଶେଷ କରିବାକୁ କହିଥିଲା। ଏଥିସହ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକୁ ୨୦୨୧-୨୨ ଶିକ୍ଷା ବର୍ଷରୁ ଆସିସଷ୍ଟାଣ୍ଟ ପ୍ରଫେସର ପୋଷ୍ଟ ପାଇଁ ପିଏଚ୍‌ଡି ବାଧ୍ୟତାମୂଳକ କରିବାକୁ କୁହାଯାଇଥିଲା।

Advertisment

ହେଲେ ୨୦୨୧ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ବିରୋଧରେ ମତ ରଖିଥିଲେ। ଏଥିସହ ଭାରତର ଶିକ୍ଷା ବ୍ୟବସ୍ଥାରେ ଏପରି ନିୟମ ଆଦୌ ଠିକ ଲାଗୁନି ବୋଲି ସେ କହିଥିଲେ। ସେ ନିୟମରେ ସଂଶୋଧ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ୟୁଜିସି ଏଥିରେ ପରିବର୍ତ୍ତନ କରିଛି।

UGC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe