Advertisment

ଆଜିଠୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା

ଜୁଲାଇ ୧୯ ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ।

Eaxam

Eaxam

Advertisment

ଆଜିଠୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା। ସକାଳ ୯ରୁ ୫ଟା ଯାଏ ନାମଲେଖା ଚାଲିବ। ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ପିଲା ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ।

Advertisment

କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଜଣ, ବାଣିଜ୍ୟରେ ୨୫ ହଜାର ୧୬୮ ଓ ବିଜ୍ଞାନରେ ୧ଲକ୍ଷ ୨୧ ହଜାର ୨୩ ଜଣ ମନୋନୀତ ହୋଇଛନ୍ତି। ବାକି ୫୯ ହଜାର ୯୧୧ ପିଲା ଦ୍ୱିତୀୟ ଓ ସ୍ପଟ୍ ଆଡ଼ମିଶନ ପାଇଁ ରହିଯାଇଛନ୍ତି। ଏହାରି ଭିତରେ ଗତକାଲି ପ୍ରକାଶ ପାଇସାରିଛି କଟ୍ ଅଫ୍ ତାଲିକା। ବିଜ୍ଞାନ, ବାଣିଜ୍ୟ ଏବଂ କଳା, ସବୁ ଷ୍ଟ୍ରିମରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଛି ରେଭେନ୍ସା।

ଜୁଲାଇ ୧୯ ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ। ୨୦ ରୁ ୨୨ ଯାଏ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ। ଏଥର ସ୍ପଟ୍ ସିଲେକ୍ସନ ପାଇଁ ଛାତ୍ରଛାତ୍ରୀସମସ୍ତ କଲେଜରେ ଆବେଦନ କରିପାରିବେ।

Advertisment

ସୂଚନାଯୋଗ୍ୟ, ଗତକାଲି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇଥିଲା। ପ୍ରଥମ଼ ପର୍ଯ୍ୟାୟ କଟଅଫ୍‌ରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏଥର ଯୁକ୍ତ  ପ୍ରଥମ ପର୍ଯ୍ୟାୟ କଟଅଫ୍‌ରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ ରହିଛି।

+2 Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe