Advertisment

ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି

ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି।

ଅଦ୍ୟତନ ହୋଇଛି
UGC NET Exam

EXAM

Advertisment

ଯୁକ୍ତ ଦୁଇ ପରୀକ୍ଷା ନେଇ ଆଜି କାର୍ଯ୍ୟସୂଚୀ ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)। ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା। ଆଉ ଏହା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ହେବ। 

Advertisment

୧୮ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଏମ୍‌ଆଇଏଲ୍‌ (ଓଡ଼ିଆ) ପରୀକ୍ଷା ଅଛି। ୧୯ ତାରିଖରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ସେଦିନ ସେମାନଙ୍କର ଏମ୍‌ଆଇଏଲ୍‌ (ଓଡ଼ିଆ) ପରୀକ୍ଷା ଅଛି। ୨୦ ତାରିଖରୁ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ।   

୨୨ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ଇଂରାଜୀ ପରୀକ୍ଷା ଅଛି। ୨୮ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କର ପଦାର୍ଥ ବିଜ୍ଞାନ ବା ଫିଜିକ୍ସ ପରୀକ୍ଷା ଥିବା ବେଳେ ମାର୍ଚ୍ଚ ୪ ତାରିଖରେ ଜିଓଲୋଜି, ମାର୍ଚ୍ଚ ୭ରେ ରସାୟନ ବିଜ୍ଞାନ ବା କେମେଷ୍ଟ୍ରୀ, ମାର୍ଚ୍ଚ ୧୦ରେ ଅଲ୍‌ ଅଦର ଏମ୍‌ଆଇଏଲ୍‌ସ, ୧୭ରେ ଗଣିତ, ମାର୍ଚ୍ଚ ୨୧ରେ କଂପ୍ୟୁଟର ସାଇନ୍ସ, ବାୟୋଟେକ୍ନୋଲୋଜି ଓ ଇଲେକ୍ଟ୍ରୋନିକ୍ସ ଏବଂ ୨୬ ତାରିଖରେ ବାୟୋଲୋଜି (ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ) ପରୀକ୍ଷା ଅଛି। ୨୬ ତାରିଖରେ ସକାଳ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଉଦ୍ଭିଦ ବିଜ୍ଞାନ ପରୀକ୍ଷା ଥିବା ବେଳେ ୧୧ଟା ୫୦ରୁ ୧ଟା ୨୦ ପର୍ଯ୍ୟନ୍ତ ପ୍ରାଣୀ ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। 

Advertisment

୨୫ ତାରିଖରେ କଳା ଓ ବାଣିଜ୍ୟ ପିଲାଙ୍କର ଇଂରାଜୀ ପରୀକ୍ଷା ହେବ। ମାର୍ଚ୍ଚ ୪ରେ କଳା ପିଲାଙ୍କର ଇତିହାସ ଥିବା ବେଳେ ବାଣିଜ୍ୟ ପିଲାଙ୍କର ବିଜ୍‌ନେସ୍ ଷ୍ଟଡିଜ୍ ଓ ମ୍ୟାନେଜମେଣ୍ଟ ପରୀକ୍ଷା ହେବ। ମାର୍ଚ୍ଚ ୮ ତାରିଖରେ କଳା ଛାତ୍ରଛାତ୍ରୀଙ୍କର ରାଜନୀତି ବିଜ୍ଞାନ ପରୀକ୍ଷା ଥିବା ବେଳେ ବାଣିଜ୍ୟ ପିଲାଙ୍କର ବିଜ୍‌ନେସ୍ ମ୍ୟାଥ୍‌ମେଟିକ୍ସ ଓ ଷ୍ଟାଟିଷ୍ଟିକ୍ସ ପରୀକ୍ଷା ହେବ।

୧୦ ତାରିଖରେ କଳା ଓ ବାଣିଜ୍ୟ ପିଲାଙ୍କ ଅଲ୍‌ ଅଦର ଏମ୍‌ଆଇଏଲ୍‌ (ହିନ୍ଦୀ, ବେଙ୍ଗଲୀ, ତେଲୁଗୁ, ଉର୍ଦ୍ଦୁ, ସଂସ୍କୃତ ବା ଅଲ୍‌ଟରନେଟିଭ୍ ଇଂରାଜୀ) ପରୀକ୍ଷା ହେବ। ୧୭ ତାରିଖରେ କଳା ଛାତ୍ରଛାତ୍ରୀଙ୍କର ଗଣିତ ପରୀକ୍ଷା ଥିବା ବେଳେ ୧୯ ତାରିଖରେ ଭୂଗୋଳ, ୨୦ରେ ଅର୍ଥନୀତି, ୨୨ରେ ସାଇକୋଲୋଜି ଓ ଏଜୁକେସନ ପରୀକ୍ଷା ଅଛି। ୨୪ ତାରିଖରେ କଳା ପିଲାଙ୍କର ଷ୍ଟାଟିଷ୍ଟିକ୍ସ, ଆନ୍ଥ୍ରୋପୋଲୋଜି, ସୋସିଓଲୋଜି ଓ ୨୭ରେ ଲଜିକ୍‌ ପରୀକ୍ଷା ଅଛି।

ସେହିପରି ୨୦ ତାରିଖରେ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର Cost Accounting, Business Economics, Fundamental Of Management Accounting ଓ Computer Application ଆଦି ପରୀକ୍ଷା ଅଛି। ୨୧ ତାରିଖରେ କଳା,ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୀ Information Techonology ପରୀକ୍ଷା ଅଛି। ମାର୍ଚ୍ଚ ୨୭ରେ ବାଣିଜ୍ୟ ପିଲାଙ୍କର Accountancy ପରୀକ୍ଷା ଅଛି।  

ସାମ୍‌ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ କଳାର ୨ ଲକ୍ଷ ୨୯ ହଜାର ୬୦୪ ଜଣ ହୋଇଥିବା ବେଳେ ବାଣିଜ୍ୟର ୨୩ ହଜାର ୫୬୦, ବିଜ୍ଞାନର ୧ ଲକ୍ଷ ୬ହଜାର ୩୨୫ ଓ ଧନ୍ଦାମୂଳକ ଶିକ୍ଷାର ୫୦୩୮ ଜଣ ଅଛନ୍ତି। ସେହିଭଳି ୨୭ ହଜାର ୨୮୨ ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି। 

ଯୁକ୍ତ ଦୁଇର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ କେଉଁ ଦିନ କେଇଁ ପରୀକ୍ଷା ଅଛି ଓ ଅନ୍ୟାନ୍ୟ ସମସ୍ତ ସୂଚନା ଜାଣିବା ପାଇଁ SAMS ପୋର୍ଟାଲକୁ ଯାଆନ୍ତୁ। ସେଠାରେ School & Mass Educationକୁ ଯାଇ Noticesରେ ଲେଖାଯାଇଥିବା View More ଉପରେ କ୍ଲିକ୍ କରନ୍ତୁ। View More ରେ ଥିବା ତାଲିକାର ପ୍ରଥମରେ ରହିଛି ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି। 

CHSE Plus Two Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe