Advertisment

ପ୍ରକାଶ ପାଇଲା +୨ କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ବିଜ୍ଞାନରେ ୧ ଲକ୍ଷ ୮ ହଜାର ୧୪୮ ଛାତ୍ରଛାତ୍ର ପରୀକ୍ଷା ଦେଇଥିବା ବେଳେ ୯୭ ହଜାର ୧୭୨ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୮୬.୯୩% ରହିଛି।ବିଜ୍ଞାନରେ ଝିଅଙ୍କ ତୁଳନା ପୁଅଙ୍କ ପାସ୍‌ ହାର ଅଧିକ ରହିଛି।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

ICSE and ISC result

ଆଜି ଏକ ସଙ୍ଗେ ପ୍ରକାଶ ପାଇଛି +୨ କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ। କଳାରେ ପାସ୍‌ ହାର ୮୦.୯୫% ଥିବା ବେଳେ ବିଜ୍ଞାନର ପାସ୍‌ ହାର ୮୬.୯୩ % ଓ ବାଣିଜ୍ୟର ପାସ୍‌ ହାର ୮୨.୨୭% ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି।

Advertisment

କଳାରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଛି। ୧,୦୪,୪୪୭ ପୁଅଙ୍କ ମଧ୍ୟରୁ ୭୫,୯୧୩ ଉତ୍ତୀର୍ଣ୍ଣ। ପୁଅଙ୍କ ପାସ୍‌ ହାର ୭୨.୬୮ ପ୍ରତିଶତ ରହିଛି। ସେହିପରି କଳାରେ ୧,୩୦,୭୭୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧,୧୪,୫୧୬ ଉତ୍ତୀର୍ଣ୍ଣ କରିଛନ୍ତି। ଝିଅଙ୍କ ପାସ୍ ହାର ୮୭.୫୬ ପ୍ରତିଶତରହିଛି।
ମୋଟ୍ ୨,୩୫,୨୧୮ ଜଣ ପରୀକ୍ଷା ଦେଇଥିବା ବେଳେ ୧,୯୦,୪୨୯ ଜଣ ପାସ୍‌ କରିଛନ୍ତି।

ଯୁକ୍ତ ଦୁଇ ବିଜ୍ଞାନରେ ମଧ୍ୟ ଝିଅମାନେ ବାଜିମାତ୍ କରିଛନ୍ତି। ୬୦,୯୭୩ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨,୫୬୭ ଉତ୍ତୀର୍ଣ୍ଣ କରିଛନ୍ତି। ପୁଅଙ୍କ ପାସ୍‌ ହାର ୮୬. ୨୧ ପ୍ରତିଶତ ରହିଛି। ୫୪,୯୨୨ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୧୯୦ ପାସ୍ କରିଛନ୍ତି। ଝିଅଙ୍କ ପାସ୍ ହାର ୮୭.୭୪ ପ୍ରତିଶତ ରହିଛି।

Advertisment

ଯୁକ୍ତ ଦୁଇ ବାଣିଜ୍ୟରେ କମାଲ ଦେଖାଇଲେ ଝିଅ। ବାଣିଜ୍ୟରେ ୯୪୩୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୦୬୯ ପାସ୍ କରିଛନ୍ତି। ଝିଅଙ୍କ ପାସ୍ ହାର ୮୫.୫୫ % ରହିଛି। ୧୬,୪୬୬ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩,୨୩୯ ପାସ୍ କରିଛନ୍ତି। ପୁଅଙ୍କ ପାସ୍ ହାର ୮୦.୪୦% ରହିଛି। 

ଚଳିତବର୍ଷ କଳାରେ ୨୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦୦% ରେଜଲ୍ଟ ହୋଇଛି। ସେହିପରି ବିଜ୍ଞାନରେ ୨୯୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ
ବାଣିଜ୍ୟରେ ୯୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦୦% ରେଜଲ୍ଟ ହୋଇଛି।

Odisha +2 Result