ଗୋଟିଏ ରାଜ୍ୟର ଉନ୍ନତିରେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ପ୍ରସଙ୍ଗରେ ବୁଝାମଣା କରାଯାଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି। ମାତ୍ର ଏବେ ରାଜ୍ୟର ସରକାରୀ ଇଂଜିନିୟରିଂ କଲେଜ ସହ ଇଂଜିନିୟରିଂ ସ୍କୁଲ, ଆଇଟିଆଇଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ଦେଖିଲେ ଏଦିଗରେ ଯେ ସରକାର ଚୁପ୍ ହୋଇ ବସିଛନ୍ତି ତାହା ଜଣାପଡ଼ିଯାଉଛି।