Advertisment

'ପେପର୍ ଲିକ୍ ରୋକିବା ପାଇଁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ପଦକ୍ଷେପ ନେବା ଉଚିତ୍'

ଆଜି ସଂସଦ ଭବନର ମିଳିତ ଅଧିବେଶନକୁ ଉଦବୋଧନ ଦେବା ସମୟରେ NEET ବିବାଦ ପ୍ରସଙ୍ଗ ଉଠାଇଛନ୍ତି।

President Murmu

President Murmu

Advertisment

ଡାକ୍ତରୀ ପ୍ରବେଶିକା ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସଂସଦ ଭବନର ମିଳିତ ଅଧିବେଶନକୁ ଉଦବୋଧନ ଦେଇ ରାଷ୍ଟ୍ରପତି ମୁର୍ମୁ ଏହି ସମ୍ବେଦନଶୀଳ ବିଷୟ ପ୍ରତି ଗୁରୁତ୍ୱାରୋପ କରିଛନ୍ତି।

Advertisment

ରାଷ୍ଟ୍ରପତି କହିଛନ୍ତି ଯେ, ନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟରେ ପେପର ଲିକ୍ ଖବର ସାମ୍ନାକୁ ଆସିଥିଲା। ନିଟ୍-ୟୁଜି ପେପର ଲିକ୍‌ ଉପରେ ନିରପେକ୍ଷ ଯାଞ୍ଚ ଚାଲିଛି।  ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଆମ ସରକାର ପ୍ରତିବଦ୍ଧ।

ପେପର ଲିକ୍ ରୋକିବାକୁ ଆମ ସରକାର କଡ଼ା ଆଇନ ଆଣିଛନ୍ତି। ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି। ଏଥିପାଇଁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ପଦକ୍ଷେପ ନେବା ଉଚିତ୍ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

Advertisment

ପ୍ରକାଶ ଥାଉକି, ନିଟ୍-ୟୁଜି ପ୍ରବେଶିକା ପରୀକ୍ଷାରେ ୬୭ ଜଣ ଛାତ୍ରଛାତ୍ରୀ ୭୨୦ରୁ ୭୨୦ ପୂର୍ଣ୍ଣ ମାର୍କ ରଖି ପାସ୍ କରିବା ଏବଂ କିଛି ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାକୁ ନେଇ ଜାତୀୟ ଟେଷ୍ଟିଂ ଏଜେନ୍ସି(NTA)ର ପରୀକ୍ଷା ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ବିରୋଧୀ ମଧ୍ୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି। 

Joint Session President Murmu NEET UG Row
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe